Top Stories

Search here...

News

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ ଘଟଣାରେ ଦୁଇ ଗିରଫ

Posted On - 1 month ago
Edited By Team BbsrReporters
LAST UPDATED Jan 16, 2022 06:55 AM

ଗିରଫ ଅଭିଯୁକ୍ତମାନେ ହେଲେ ସହିଦନଗର ଥାନା ସାଇନ୍ସପାର୍କ ବସ୍ତିର ମନୋଜ ଦିଗଲ(୨୭) ଓ ବିଶ୍ୱନାଥ ପ୍ରଧାନ(୩୧) ।
 

 

 

BBSR Reporters

 


ଭୁବନେଶ୍ୱର: ଭାଜପାର ବରିଷ୍ଠ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ କରିବା ସହ ଘରକୁ ଧସେଇ ପଶିବା ଘଟଣାରେ ସହିଦନଗର ପୋଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସହିଦନଗର ଥାନା ସାଇନ୍ସପାର୍କ ବସ୍ତିର ମନୋଜ ଦିଗଲ(୨୭) ଓ ବିଶ୍ୱନାଥ ପ୍ରଧାନ(୩୧) । ଦୁହିିଁଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

 

 

ଅନ୍ୟପଟେ ଅଣ୍ଡାମାଡ ଘଟଣାରେ ଆହୁରୀ ଶହେରୁ ଅଧିକ ଯୁବକ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ ଓ ସହିଦନଗର ଥାନା ଅଧିକାରୀ ହିମାଂଶୁ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗଠନ କରାଯାଇଛି । ଏ ନେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଚଢ଼ଉ ଅଭିଯାନ ଚାଲିଛି । ଫେରାର ଯୁବକମାନେ ଖୁବଶୀଘ୍ର ଗିରଫ ହେବେ । ଅଣ୍ଡାମାଡ ଘଟଣାରେ ସହିଦନଗର ଥାନାରେ ରୁଜୁ ହୋଇଛି ତିନୋଟି ମାମଲା । ସାଂସଦ ଓ ତାଙ୍କ ସମର୍ଥକମାନେ ଗୋଟିଏ ଗୋଟିଏ ମାମଲା ରୁଜୁ କରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ଆଉ ଏକ ମାମଲା ରୁଜୁ କରାଯାଇଛି । ସେହିଭଳି ଗୁରୁବାର ସାଂସଦଙ୍କ ଗାଡି ଉପରକୁ ବାଲିପାଟଣାରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ କରାଯାଇଥିଲା । ଏ ନେଇ ଭାଜପା କର୍ମୀମାନେ ବାଲିପାଟଣା ଥାନାରେ ମଧ୍ୟ ଏତଲା ଦେଇଥିଲେ ।

Related News