Top Stories

Search here...

News

ମନପସନ୍ଦ ଖାଦ୍ୟ ପାଇଁ ୧୩୦ କିମିର ଯାତ୍ରା

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:12 PM

ଖାଦ୍ୟ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର


BBSR Reporters

ନିଜ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ଟିକେ ଅଧିକ ପରିଶ୍ରମ କରିବା କିଛି ବଡ଼ କଥା ନୁହେଁ । କିନ୍ତୁ କେତେ ଦୂର ବାଟ ଯାଇପାରିବେ ? ଏହାର ଉତ୍ତର କେବଳ ଆପଣ ହିଁ ଦେଇପାରିବେ । ୟୁନାଇଟେଡ୍ କିଙ୍ଗ୍ଡମ୍ (ୟୁକେ)ର ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ସାଣ୍ଡୱିଚ୍ ଖାଇବା ପାଇଁ ଯାତ୍ରା କରିଥିଲେ ୧୩୦ କିମି । ତାହା ପୁଣି ହେଲିକପ୍ଟର ଯୋଗେ । ୟୁକେରେ ବର୍ତ୍ତମାନ କୋଭିଡ୍-୧୯ ଭାଇରସର ନୂଆ ଷ୍ଟ୍ରେନର ଆତଙ୍କ ଦେଖାଦେଇଛି । ଏଥିଯୋଗୁ ପୂରା ଦେଶରେ ଜାରି କରାଯାଇଛି ଲକ୍ଡାଉନ । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜ ମନପସନ୍ଦର ସାଣ୍ଡୱିଚ୍ ଖାଇବା ପାଇଁ ୧୩୦ କିମି ଯାତ୍ରା କରିଛନ୍ତି ।

ଉକ୍ତ ବ୍ୟକ୍ତି ଯେଉଁ ଇଟେରିରୁ ଖାଦ୍ୟ କିଣିଥିଲେ, ସେହି ରେଷ୍ଟୁରାଣ୍ଟପକ୍ଷରୁ  ଏହି ଭିଡିଓ ଶେୟାର କରାଯାଇଛି । ମନପସନ୍ଦର ରୋଷ୍ଟ ବିଫ୍ ଇନ୍ କାରାମେଲିଜ୍ଡ ଓନିଅନ ଗ୍ରେଭି ବାର୍ମ୍ସ ନାମକ ଖାଦ୍ୟ ନେବା ପାଇଁ ଗ୍ରାହକ ଉଡ଼ିକି ଆସିଥିଲେ ବୋଲି ଏହାର କ୍ୟାପଶନରେ ଲେଖାଯାଇଛି । 

Related News