Top Stories

Search here...

News

ରାଜ୍ୟରେ ପରିଚୟ ପତ୍ର ନଥିଲେ ବି ମିଳିବ ଟିକା: ତାଲିକା ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦେଶ 

Posted On - 1 month ago
Edited By Team BbsrReporters
LAST UPDATED Jun 20, 2021 07:01 AM

ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର ।

 

BBSR Reporters


ଭୁବନେଶ୍ୱର:ପରିଚୟ ପତ୍ର ନଥିଲେ ବି ଟିକା ମିଳିବ । ରାଜ୍ୟରେ କେହି ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ । ସେଥିପାଇଁ ରାଜ୍ୟ ସରକାରପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅତିରିକ୍ତ  ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର ।

 

ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ନିଦେ୍ର୍ଧଶ ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ଏନେଇ ସେ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି ।

 

ଶ୍ରୀ ମହାପାତ୍ର କହିଛନ୍ତି, ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ । କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି ।

 

ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି । ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଏସିଏସ୍ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିି ପରେ ରାଜ୍ୟରେ ପରିଚୟ ପତ୍ର ନଥିବା ବହୁ ଲୋକ ଖୁସୀ ବ୍ୟକ୍ତି କରିଛନ୍ତି ।

Related News