Top Stories

Search here...

News

କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା

Posted On - 1 week ago
Edited By Team BbsrReporters
LAST UPDATED Oct 22, 2021 12:25 AM

ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି । 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି କେତେକ ଯୁବକ  । କଂଗ୍ରେସ ଭବନ ଯୁବ କଂଗ୍ରେସ ଅଫିସ୍ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି । ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି । 

 

ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା । କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର । ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । 

 

କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି, କଂଗ୍ରେସ ଭବନ ହେଉଛି ଆମ ପାଇଁ ମନ୍ଦିର । ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସାହସ ନାହିଁ ଯେ, ସେମାନେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବେ । ତେଣୁ ଆମ ଭିତରୁ କେହି ଭଙ୍ଗାଭଙ୍ଗି କରିଛନ୍ତି । ଯୁବ କଂଗ୍ରେସ ଶାସକ ବିଜେଡି ସହିତ ସାଲିସ କରିଛି । ଯାହାକୁ ସାଧାରଣ କଂଗ୍ରେସ କର୍ମୀଟିଏ ସହିପାରୁନାହାନ୍ତି । ଯେଉଁଥିପାଇଁ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥାଇ ପାରେ ବୋଲି ସେ କହିଛନ୍ତି ।

Related News