Top Stories

Search here...

News

ହତ୍ୟା ପରେ ମୃତ ଦେହକୁ ପୋଡି ଭିଡିଓ ଚ୍ୟାଲେଞ୍ଜ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 06:07 PM

ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ‘ଅବ୍ ତେରୀ ବାରୀ’ ।

 

 

BBSR Reporters

 

 

ବଲାଙ୍ଗିର: ବଲାଙ୍ଗିରରୁ ଆସିଲା ଛାତି ଥରା ଦୃଶ୍ୟ । ନୃଶଂସତାର ସବୁ ସୀମା ଟପିଲେ ଦୁବୃର୍ତ । ଜଣେ ଯୁବକଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ପୋଡିଲେ ଓ ସେସବୁର ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ । ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି ‘ଅବ୍ ତେରୀ ବାରୀ’ ।

 

 

କାହା ଉଦ୍ଦେଶ୍ୟରେ ଏହି ଭିଡିଓ କରିଛନ୍ତି ତାହା ଏବେ ବଲାଙ୍ଗିର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶୁଭମ୍ ଓ ଅମିତ । ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ାର ବିଶ୍ୱଦେବ ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବିଶ୍ୱଦେବ ସାହୁଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପୋଲିସ କହିଛି । ଏହି ସାରା ଅଂଚଳରେ ଭୟରେ ଆତଙ୍କ ସୃଷ୍ଟି ହୋଇଛି ।

Related News