Top Stories

Search here...

News

ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 11:39 AM

ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା । ୬୫୯ ଗ୍ରାମ ସୁନା, ଭୁବନେଶ୍ୱର ବରଗଡରେ ୪ ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଫ୍ଲାଟ୍‌, କଳିଙ୍ଗବିହାରରେ ନିର୍ମାଣାଧିନ ଘର ଠାବ ହୋଇଛି । ବାଲେଶ୍ୱରରେ  ଗୋଟିଏ ୪ମହଲା କୋଠା ଓ ତିନୋଟି ପ୍ଲଟ ଠାବ ହୋଇଛି ।

 

 

BBSR Reporters

 

 

ଭୁବନେଶ୍ୱର: ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା । ୬୫୯ ଗ୍ରାମ ସୁନା, ଭୁବନେଶ୍ୱର ବରଗଡରେ ୪ ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଫ୍ଲାଟ୍‌, କଳିଙ୍ଗବିହାରରେ ନିର୍ମାଣାଧିନ ଘର ଠାବ ହୋଇଛି । ବାଲେଶ୍ୱରରେ  ଗୋଟିଏ ୪ମହଲା କୋଠା ଓ ତିନୋଟି ପ୍ଲଟ ଠାବ ହୋଇଛି ।

 

 

ଗତକାଲି ସନ୍ତୋଷଙ୍କ ୧୧ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଦ୍ୱିତୀୟ ଦିନରେ ଭୁବନେଶ୍ୱରର ବରଗଡ ଅଂଚଳରେ ଥିବା ୪ମହଲା କୋଠାରେ ଚଢ଼ାଉ ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛୁ ଆଇଟିଏ ଯନ୍ତ୍ରୀ ସନ୍ତୋଷ କୁମାର ଏତେ ଟଙ୍କା କେଉଁଠୁ ଆଣିଲେ । ଜଣେ ସାଧାରଣ ଲୋକ ଜୀବନ ସାରା ପରିଶ୍ରମ କରି ଘର ଖଣ୍ଡିଏ କରିବା ପାଇଁ ନାକେଦମ ହେଉଥିବାବେଳେ ସନ୍ତୋଷ କେମିତି ଏତେ ବଡ ବଡ କାଠା କଲେ ।

Related News