Top Stories

Search here...

News

କୋଭିଡ ନିୟମ ଉଲଂଘନ: ରାଜ୍ୟରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ 

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 09:00 PM

ଗତ ୨୪ ଘଣ୍ଟାରେ ଓଡ଼ିଶା  ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି।

 

BBSR Reporters

 

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗୁଚି । ଏଥିପାଇଁ କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାପାଇଁ ନିର୍ଦେଶ ଦେଇଛନ୍ତି।   ଅମାନିଆଙ୍କୁ ଧରିବା ପାଇଁ  ଓଡ଼ିଶା ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି । ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।


କୋଭିଡ ଗାଇଡ ଲାଇନକୁ ମାନିବାକୁ ରାଜ୍ଯବାସୀଙ୍କୁ ସରକାର ଓ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ଆବଶ୍ୟକସ୍ଥଳେ ହସ୍ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । କୋଭିଡ ନିୟମାବଳୀର କଡାକଡି ଅନୁପାଳନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ମୁତୟନ କରାଯାଇ ୧୦ ଦିନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।  ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବିଷୟରେ ବ୍ୟାପକ ସଚେତନତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । 

Related News