Top Stories

Search here...

News

ପଜିଟିଭି ଚିହ୍ନଟ ହେଲେ ୱାଙ୍ଖଡେ ଷ୍ଟାଡିୟମ ଗ୍ରାଉଣ୍ଡ ଷ୍ଟାଫ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 09:40 AM

ଚିନ୍ତାରେ  ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ

 
BBSR Reporters


ମୁମ୍ବାଇ: ଆଉ ମାତ୍ର ୫ ଦିନରେ ଆରମ୍ଭ ହେବାକୁ ଯାଉଛି  ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)  । ଲିଗ୍ର ଦ୍ୱିତୀୟ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହି ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ (ସିଏସ୍କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିବେ । ଏଥି ପୂର୍ବର୍ରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ଭେନୁ୍ୟର ଗ୍ରାଉଣ୍ଡ ଷ୍ଟାଫ । ଏହା ପାଲଟିଛି ବିଭିନ୍ନ ଫ୍ରାଞ୍ଚାଇଜର ଚିନ୍ତାର କାରଣ । ଏକ ଫ୍ରାଞ୍ଚାଇଜ ଅଫିସିଆଲ  କହିଛନ୍ତି, ପରିସ୍ଥିତି ଯୋଗୁ ନିୟମକୁ କଡ଼ା କଡ଼ି କରିବାକୁ ପଡ଼ିବ । ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏଭଳିି କଥା ଶୁଣିଲେ ଚିନ୍ତିତ ହେବା ସ୍ୱାଭାବିକ । ଆମେ ସମସ୍ତ ପ୍ରୋଟୋକଲ ପାଳନ କରୁଛୁ । ନିୟମ ଯେତେ କଡ଼ା ହୋଇପାରିବ, ଆମେ କରିବୁ ।

 

ୱାଙ୍ଖଡେରେ ଚଳିତ ମାସ ୧୦ରୁ ୨୫ ତାରିଖ ମଧ୍ୟରେ ୧୦ ଆଇପିଏଲ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମର ରହିଛି । ସିଏସ୍କେ ତା’ର ପ୍ରଥମ ୫ଟି ମ୍ୟାଚ୍ ଏଠାରେ ଖେଳିବ । ତେବେ ବିିସିସିଆଇର ଏସ୍ଓପିରେ କୁହାଯାଇଛି, କୌଣସି ଖେଳାଳିଙ୍କ ପାଖରେ ଲକ୍ଷଣ ଦେଖାଦେଲେ କିମ୍ବା ପଜିଟିଭ ଚିହ୍ନଟ ହେଲେ ଉକ୍ତ ଖେଳାଳିଙ୍କ ବାୟୋ ସିକୁ୍ୟର ବବ୍ଲ ବାହାରେ ଅତିକମ୍ରେ ୧୦ ଦିନ  ରହିବାକୁ ପଡ଼ିବ । ଉକ୍ତ ୧୦ ଦିନର ଅବଧିରେ ଉକ୍ତ ଖେଳାଳି କେବଳ ବିଶ୍ରାମ କରିବେ । କୌଣସି ପ୍ରକାର ଶାରୀରିକ ପରିଶ୍ରମ କରିବେ ନାହିଁ । ଆଇସୋଲେଶନ ବେଳେ ଯଦି ଲକ୍ଷଣ ଗୁରୁତର ଦେଖାଦିଏ, ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ିବ ।

Related News