Top Stories

Search here...

News

ଅମିତ୍ ଶାହାଙ୍କ ଇସାରାରେ କାମ କରୁଛନ୍ତି ସିଆରପିଏଫ ଯବାନ;ମମତା ବାନାର୍ଜୀ

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 08:58 PM

 

ଅମିତ୍ ଶାହାଙ୍କ ନାମରେ ଆରୋପ ଲଗାଇଲେ ମମତା ବାନାର୍ଜୀ,ପଢନ୍ତୁ ସମ୍ପୁର୍ଣ୍ଣ ଖବର

 

BBSR Reporters

 

ମଙ୍ଗଳବାର ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆସନ୍ତା ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ଜୋରଦାର ପ୍ରଚାର । ଏହି ହାଇଭୋଲଟେଜ ପ୍ରଚାର ପଶ୍ଚିମବଙ୍ଗ ନିର୍ବାଚନକୁ ରୋମାଞ୍ଚକ ସ୍ଥିତିରେ ପହଞ୍ଚାଇଛି । ଟିଏମସି ଓ ବିଜେପି ନେତାଙ୍କ ମଧ୍ୟରେ ଲାଗିରହିଛି ଆରୋପ ପ୍ରତ୍ୟାରୋପ । ଏହା ମଧ୍ୟରେ ମମତା ବାନାର୍ଜୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଲଗାଇଛନ୍ତି ଗମ୍ଭୀର ଆରୋପ । ସେ କହିଛନ୍ତି,ଅମିତ ଶାହାଙ୍କ ଇସାରାରେ ମତଦାତାଙ୍କୁ ହଇରାଣ କରୁଛନ୍ତି ସିଆପିଏଫ୍ ଯବାନ ।

 

ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି,ଅମିତ ଶାହାଙ୍କ ଇସାରାରେ କାମ କରୁଛନ୍ତି ସିଆରପିଏଫ ଯବାନ । ନିର୍ବାଚନରେ ବିିଜୟ ହାସଲ କରିବା ଲାଗି ବିଜେପି ସିଆରପିଏଫ ସହାୟତାରେ ଭୋଟରଙ୍କୁ ହଇରାଣ କରୁଥିବାର ସେ ଆରୋପ ଳଗାଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କୁ ସମାଲୋଚନା କରି କହିଥିଲେ,ଦିଦି ମୁସଲିମଙ୍କ ନାମରେ ଭୋଟ୍ ମାଗୁଛନ୍ତି । ଆମେ ଏମିତି କରିଥିଲେ ଆମକୁ ନିର୍ବାଚନ ଆୟୋଗଙ୍କ ତରଫରୁ ନୋଟିସ୍ ମିଳି ସାରନ୍ତାଣି ।

 

ସୂଚନାଯୋଗ୍ୟ,ପଶ୍ଚିମବଙ୍ଗ ନିର୍ବାଚନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ୪୪ଟି ଆସନ ଲାଗି ଭେଟ୍ ଗ୍ରହଣ କରାଯିବ । ଏପ୍ରିଲ୍ ୨୯ ତାରିଖରେ ଅଷ୍ଟମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ ଏବଂ ମେ ୨ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ ।

Related News