Top Stories

Search here...

News

ଆସିଲା ସିଡିଏସ ବିପିନ ରାୱତଙ୍କ ହେଲିକ୍ୟାପ୍ଟର ଦୁର୍ଘଟଣାର କାରଣ

Posted On - 4 days ago
Edited By Prabir Kumar
LAST UPDATED Jan 19, 2022 03:37 AM

ହଠାତ୍ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା । ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ । ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡେ଼ଇ ଯାଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

 

BBSR Reporters


ନୂଆଦିଲ୍ଲୀ: ଗତ ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ସିଡିଏସ୍ ରାୱତ ଓ ତାଙ୍କ ପନôୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ । ତେବେ ଏହି ହେଲିକପ୍ଟର କେମିତି ବିଷ୍ଫୋରଣ ହୋଇଥିଲା, ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି । 

 

କୋର୍ଟ ଅଫ ଇନକ୍ୱାରୀର ପ୍ରାଥମିକ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି, ହଠାତ୍ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା । ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ । ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡେ଼ଇ ଯାଇଥିଲେ  । ଏବଂ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

 

ତିନି ସେବା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା । ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି ।ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ ଏପରି ଦୁର୍ଘଟଣାରେ ପାଇଲଟ୍ କିମ୍ବା କ୍ରୁ ସଦସ୍ୟମାନେ ପୂର୍ବରୁ ବିପଦ ବିଷୟରେ ଆଦୌ ଜାଣିପାରନ୍ତି ନାହିଁ ।

 

ଏୟାର ଚିଫ୍ ଏୟାର ମୁଖ୍ୟ ମାର୍ଶଲ ଭିଆର ଚୌଧୁରୀ ଓ ଏୟାର ମାର୍ଶଲ ମନଭେନ୍ଦ୍ର ସିଂହ ଏହି ରିପୋର୍ଟକୁ ଜାନୁଆରୀ ୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରିଥିଲେ । ଏଥିରେ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ପାଇଲଟଙ୍କ ନିୟନ୍ତ୍ରଣରେ ଥିଲା । କିନ୍ତୁ ମେଘଖଣ୍ଡ ଯୋଗୁ ସେ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ । ଏହାପରେ ଏହା କ୍ରାଶ ହୋଇଥିଲା ।


ସୂଚନାଯୋଗ୍ୟ, ଡିସେମ୍ବର ୮ରେ ସିଡିଏସ୍ ରାୱତ, ତାଙ୍କ ପନôୀ ମଧୁଲିକା ଓ ଅନ୍ୟ ୧୨ ଜଣ ସେନା କର୍ମଚାରୀ ହେଲିକପ୍ଟର ଯୋଗେ ସୁଲୁର ଏୟାରବେସରୁ ୱେଲିଙ୍ଗଟନ୍ ଯାଉଥିଲେ । ତେବେ ସେଠାରେ ପହଞ୍ଚିବାର କିଛି ମିନିଟ୍ ପୂର୍ବରୁ କୁନ୍ନୁର ଠାରେ ଘଟିଥିଲା ବଡ଼ ଅଘଟଣ । ହେଲିକପ୍ଟର ଦୁର୍ଘଟଣାଗସ୍ତ ହେବାରୁ ଏଥିରେ ଥିବା ସମସ୍ତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା ।


 

Related News