Top Stories

Search here...

News

ଚୀନ ଟିକା ସାଇନୋଫାର୍ମର ଜରୁରୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

Posted On - 1 month ago
Edited By Team BbsrReporters
LAST UPDATED Jun 21, 2021 09:47 PM

ବିଶ୍ୱର ୪୫ଟି ଦେଶରେ ପ୍ରାୟ ୬୫ନିୟୁତ ଡୋଜ୍ ସାଇନୋଫାର୍ମ ଟିକା ନେଇ ସାରିଥିବା ଏକ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । 

 

BBSR Reporters


ଜେନେଭା: ଚୀନ୍ ଦ୍ୱାରା ଉତ୍ପାଦିତ  କୋଭିଡ୍ ଟିକା ସାଇନୋଫାର୍ମର ଜରୁରୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଅନୁମତି ଦେଇଛି । ବିଶ୍ୱର ଅନେକ ଦେଶରେ ଦିଆଯାଉଥିବା ଦୁଇ ଡୋଜ୍ ବିଶିଷ୍ଟ ଟିକା ସାଇନୋଫାର୍ମକୁ ଡବ୍ଲୁ୍ୟଏଚ୍ଓ ସ୍ୱୀକୃତି ଦେବା ପରେ ଏହାର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବି୍ରୟସେସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚୀନ୍ର ଏହି କୋଭିଡ୍ ଟିକା ସାଇନୋଫାର୍ମକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାଭୁକ୍ତ କରିଛି । ଏହି ଟିକାର ନିରାପତ୍ତା ଓ ଗୁଣବତ୍ତା  ଦୃଷ୍ଟିରୁ ଏହି ଟିକା ବେଶ୍ ଉପଯୋଗୀ ।

 

ଉଲ୍ଲେଖଯୋଗ୍ୟ, ବିଶ୍ୱର ୪୫ଟି ଦେଶରେ ପ୍ରାୟ ୬୫ନିୟୁତ ଡୋଜ୍ ସାଇନୋଫାର୍ମ ଟିକା ଦିଆଯାଇ ସାରିଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ଡବ୍ଲୁ୍ୟଏଚ୍ଓର ମଞ୍ଜୁରୀ ପାଇନଥିବାରୁ ଅନେକ ଦେଶ ଏହାର ବ୍ୟବହାର ପାଇଁ ଦ୍ୱିଧାବୋଧ କରିଆସୁଥିଲେ । ଏବେ ଡବ୍ଲୁ୍ୟଏଚ୍ଓର ସବୁଜ ସଙ୍କେତ ଏହି ଟିକାର ବହୁଳ ଉପଯୋଗ ପାଇଁ ପଥ ପରିଷ୍କାର କରିଛି ।

Related News