Top Stories

Search here...

News

ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ; ଜାଣନ୍ତୁ ପୁରା ପ୍ରକ୍ରିୟା 

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 11:15 PM

 ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୬୦ ପ୍ରତିଶତ ପ୍ରଶ୍ନର ସଠିକ ଉତର ଦେବା ଦ୍ୱାରା ଲାଇସେନ୍ସ ଆପେ ଆପେ ଜେନେରେଟ୍ ହୋଇଯିବ  ।

 

BBSR Reporters


ଭୁବନେଶ୍ୱର: ଲର୍ଣ୍ଣିଂ  ଲାଇସେନ୍ସ ପାଇଁ ଆଉ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଏଣିକି ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ  । ନୂଆ ଆର୍ଥିକ ବର୍ଷରେ ପରିବହନ ବିଭାଗ ଅନେକ ପରିବର୍ତନ କରିବାକୁ ଯାଉଛି  । ଏହି ପରିବର୍ତନରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅନଲାଇନ୍ ସର୍ଭିସ ଉପରେ ଅଧିକ ଫୋକସ କରାଯାଇଛି  ।

 

ନୂଆ ଲାଇସେନ୍ସ ଏବଂ ପୁରୁଣା ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ସେବା ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ  । ଲର୍ଣ୍ଣିଂ ଲାଇସେନ୍ସ ଆଧାର ନମ୍ବର ସହ ସଂଯୁକ୍ତ ହୋଇଛି  । ଆଧାର କାର୍ଡ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯିବ । ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୬୦ ପ୍ରତିଶତ ପ୍ରଶ୍ନର ସଠିକ ଉତର ଦେବା ଦ୍ୱାରା ଲାଇସେନ୍ସ ଆପେ ଆପେ ଜେନେରେଟ୍ ହୋଇଯିବ  ।


ଯଦି ଆପଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ  । ଏହା ପରେ ଆପଣ ଅନଲାଇନ୍ ସର୍ଭିସ ଅନ୍ତର୍ଗତ ଡ୍ରାଇଭିଙ୍ଗ ଲାଇସେନ୍ସର ଚୟନ କରନ୍ତୁ  । ଏଥିରେ ସାରଥୀ ସର୍ଭିସ ପୋର୍ଟାଲର ହୋମ୍ ପେଜକୁ ଯାଆନ୍ତୁ  । ଏହା ପରେ ଲର୍ଣ୍ଣିଂ ଲାଇସେନ୍ସକୁ ଚୟନ କରନ୍ତୁ  । ଆଧାର ନମ୍ବର ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ  । ଆଉ ଓଟିପି ଏଂଟର କରିବା ପରେ ଆପଣଙ୍କୁ ଆପଣଙ୍କର ସବିଶେଷ ସୂଚନା ଦେବାକୁ ହେବ  । ଏହି ପ୍ରକ୍ରିୟା ଦ୍ୱାରା ଆପଣ ଘରେ ବସି ଲର୍ଣ୍ଣିଂ ଲାଇସେନ୍ସ  ପାଇପାରିବେ  ​।

Related News