Top Stories

Search here...

News

‘ଜାଇକୋଭ୍-ଡି’ ଶିଶୁଙ୍କ ପାଇଁ ପ୍ରଥମ କୋଭିଡ୍ ଟିକା

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 03:14 PM

୧୨ରୁ ୧୮ ବର୍ଷ ବୟସର ୨୦ ଜଣ ପିଲାଙ୍କୁ ଏହି ଟିକା ଦିଆଯାଥିବା ବେଳେ ସେମାନେ ସମସ୍ତେ ସୁସ୍ଥ ଥବା ଜଣାପଡିଛି ।

 

BBSR Reporters

 

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ବିଭିନ୍ନ ପ୍ରକାର (କୋଭିସିଲ୍ଡ, କୋଭାକ୍ସିନ ଇତ୍ୟାଦି) ଟିକା ଦିଆଯାଉଛି । ଏହି ପ୍ରସଙ୍ଗରେ ୧୮ ବର୍ଷରୁ କମ ପିଲାଙ୍କ ନିମନ୍ତେ ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇପାରିନାହିଁ । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ଘଟିବ ବୋଲି ଆଶା କରାଯାଉଛି । ଭାରତରେ ଶିଶୁଙ୍କ ପାଇଁ ଜାଇଡସ୍ କାଡିଲା କମ୍ପାନୀ ଏଭଳି ଟିକା ପ୍ରସ୍ତୁତ କରିବାର ଚୂଡାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି ।

 

କମ୍ପାନୀ ଇତିମଧ୍ୟରେ ‘ଜାଇକୋଭ୍-ଡି’ ନାମରେ ଟିକା ପ୍ରସ୍ତୁତ କରିଥିବାବେଳେ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ)ର ଅନୁମୋଦନକୁ ଅପେକ୍ଷା କରିଛି । ଆସନ୍ତା ୮/୧୦ ଦିନ ମଧ୍ୟରେ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ମିଳିବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ଚଳିତବର୍ଷ ଫେବୃଆରୀରେ ଜୀବନରେଖା ହସ୍ପିଟାଲରେ ଏହି ଟିକାର ମାନବ ପରୀକ୍ଷଣ କରାଯାଇସାରିଛି । ୧୨ରୁ ୧୮ ବର୍ଷ ବୟସର ୨୦ ଜଣ ପିଲାଙ୍କୁ ଏହି ଟିକା ଦିଆଯାଇଥିଲା । ସେମାନେ ସମସ୍ତେ ସୁସ୍ଥ ଥିବାବେଳେ ଡାକ୍ତରୀ ଦଳ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରୁଛନ୍ତି ।

Related News