Top Stories

Search here...

News

ପରୀ ଘଟଣା ଠୁ ବି ଭୟଙ୍କର: ୬ ବର୍ଷର ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା

Posted On - 1 minute ago
Edited By Team BbsrReporters
LAST UPDATED Jun 18, 2021 11:09 AM

ଗ୍ରାମଠାରୁ ପ୍ରାୟ ୧ କିମି ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ନାବାଳିକାଙ୍କୁ  ଦୁଷ୍କର୍ମ କରିବା ପରେ ଏକଥା ପ୍ରଘଟ କରିବା ଭୟରେ  ଏକ ପ୍ଲାଷ୍ଟିକ ରଶିରେ ନାବାଳିକାଙ୍କ ବେକକୁ ଚିପି ହତ୍ୟା କରିଥିଲା ଅଭିଯୁକ୍ତ ।

 

BBSR Reporters

 

ନୟାଗଡ଼ :ପରୀ ହତ୍ୟା ଘଟଣା ଠୁ ବି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ  । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆ ଗ୍ରାମର ୬ ବର୍ଷର ନାବାଳିକା ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ପୁଲିସ ଗୁରୁବାର ନାବାଳିକାର ଗଳିତ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିଥିବା ବେଳେ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ସାଗର ଦଳେଇ(୨୦)କୁ ଗିରଫ କରିଛି ।

 

ଗତ ୧୨ ତାରିଖ ନାବାଳିକା  ଖେଳୁଥିବା ବେଳେ  ମୋବାଇଲ୍ ଦେଖାଇବା ବାହାନା କରି ଅଭିଯୁକ୍ତ ସାଗର ଗ୍ରାମଠାରୁ ପ୍ରାୟ ୧ କିମି ଦୂର ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ନାବାଳିକାଙ୍କୁ  ଦୁଷ୍କର୍ମ କରିଥିଲା । ପରେ ଏକଥା ପ୍ରଘଟ କରିବା ଭୟରେ  ଏକ ପ୍ଲାଷ୍ଟିକ ରଶିରେ ନାବାଳିକାଙ୍କ ବେକକୁ ଚିପି ହତ୍ୟା କରିଥିଲା ।

 

ଏପରିକି  ପ୍ରମାଣ ନଷ୍ଟ ପାଇଁ  ନାବାଳିକାଙ୍କ ମୁଣ୍ଡ ଏବଂ ଗଣ୍ଡିକୁ  ଅଲଗା କରି ମୃତଦେହକୁ ଏକ କଦଳୀ ଗଛ ମୂଳରେ ଫିଙ୍ଗି ଚାଲି ଆସିଥିଲା । ନାବାଳିକାଙ୍କ ବାପା କାଳୁ ଏବଂ ମାଆ ଝୁଲିଙ୍କ ସମେତ ଗାଁ ଲୋକେ ଗ୍ରାମ ନିକଟବର୍ତ୍ତୀ କୂଅ, ପୋଖରୀ, ନାଳ ପ୍ରଭୃତି ସ୍ଥାନ ଖୋଜାଖୋଜି କରି ନିରାଶ ହୋଇଥିଲେ । ପରଦିନ ପରିବାର ପକ୍ଷରୁ ଝିଅ ନିଖୋଜ ସମ୍ପର୍କରେ ବାଣିଗୋଛା ଥାନାରେ ଅଭିଯୋଗ କରିବା ପରେ ଗାଁରେ ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । 


ଗତ  ୧୪ ତାରିଖ ଦିନ ସନ୍ଧାନୀ କୁକୁର ସମେତ ସାଇଣ୍ଟିଫିକ୍ ଟିମ୍, ୧ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଖଣ୍ତପଡ଼ା ଏସ୍ଡିପିଓ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ । ମାତ୍ର ନିଖୋଜ ଶିଶୁର ସନ୍ଧାନ ପାଇନଥିଲେ । ମାତ୍ର ଝିଅ ବିଭିନ୍ନ ମୋବାଇଲ ଦେଖୁଥିବା କଥା ପରିବାର ପକ୍ଷରୁ ଶୁଣିବା ପରେ ପୁଲିସ ଗ୍ରାମର କିଛି ଯୁବକଙ୍କ ମୋବାଇଲ୍ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସାଗରର ଫୋନ୍ରେ ନିଖୋଜ ଶିଶୁ କନ୍ୟା ବେବିର ଫଟୋ ଦେଖି ସନେ୍ଦହ ସୃଷ୍ଟି ହେବାରୁ ସାଗର ଓ ତା’ର ଭାଇକୁ ପୁଲିସ ଥାନାକୁ ଆଣିଥିଲା । ପଚରାଉଚରା ସମୟରେ ସାଗରର କଥାରେ ତାଳମେଳ ନ ରହିବାରୁ ପୁଲିସର ସନେ୍ଦହ ଅଧିକ ଘନୀଭୂତ ହୋଇଥିଲା । ପୁଲିସ ସାଗରକୁ ଅଟକ ରଖି ପଚରାଉଚରା କରିବାରୁ ସେ ବେବିକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

 

ଅଭିଯୁକ୍ତଠାରୁ ତଥ୍ୟ ପାଇବା ପରେ ଗତକାଲି ଏସ୍ପି ସିଦ୍ଧାର୍ଥ କଟାରିଆ, ଏସ୍ଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ସ୍ୱତନ୍ତ୍ର ଅନୁନ୍ଧାନକାରୀ ପୁଲିସ ଟିମ୍ ଧୁନ୍ଦୁଗାଡ଼ିଆରେ ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ସାଥିରେ ନେଇ ଘଟଣାର ଡେମୋ କରିଥିଲେ । ଗ୍ରାମର ଅନତିଦୂରରେ ପୁଲିସ ଶିଶୁକନ୍ୟାର ଗଳିତ ଶବକୁ ମୁଣ୍ତ–ଗଣ୍ତି ଅଲଗା ଅବସ୍ଥାରେ ଜବତ କରିଥିଲା । ଏନେଇ ବାଣିଗୋଛା ପୁଲିସ ଏକ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେବିର ଗଣ୍ଡମୁଣ୍ଡ ଅଲଗା ହେବା ସମ୍ପର୍କରେ ଏସ୍ପି ଶ୍ରୀ କଟାରିଆ କହିଛନ୍ତି ଯେ ଏ ନେଇ ଫରେନ୍ସିକ୍ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ମାତ୍ର ଅଭିଯୁକ୍ତ ତଣ୍ଟି ଚିପି ମାରିଥିବା ସ୍ୱୀକାର କରିଥିବା ଏସ୍ପି ସୂଚନା ଦେଇଛନ୍ତି ।
 

Related News
satta king tw