dd dd

Top Stories

Search here...

News

ଜଣେ ଅଜଣା ବୃଦ୍ଧଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଲେ ମହିଳା ପୋଲିସ ଅଧିକାରୀ

Posted On - 2 minutes ago

 

ବୃଦ୍ଧାଙ୍କ ମୃତଦେହ ୨ କିଲୋମିଟର ଉଠାଇ ନେଇ ମୁଖାଗ୍ନି ଦେଲେ ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟ

 

BBSR Reporters

 

ବିଶାଖାପାଟଣା : ଜଣେ ବୃଦ୍ଧଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲେ ପୋଲିସ ଅଧିକାରୀ। ଶବଟି ଜଣେ ଅଜଣା ବୃଦ୍ଧା ବ୍ୟକ୍ତିଙ୍କ ହୋଇଥିବାରୁ ସଂସ୍କାର କରିବାକୁ ଗ୍ରାମବାସୀମାନେ ମନା କରିଦେଇଥିଲେ। ଆନ୍ଧ୍ରପ୍ରଦେଶ ପୋଲିସର ଜଣେ ଅଧିକାରୀ ନିଜେ ଶବକୁ କାନ୍ଧରେ ମଶାଣି ପର୍ଯ୍ୟନ୍ତ ନେଇ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

 

 ବୟସ ଅଧିକ ହୋଇଯାଇଥିବାରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଯେଉଁ ଗାଁ ନିକଟରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା, ସେଠାକାର ଲୋକ ମୃତ ବୃଦ୍ଧ ବ୍ୟକ୍ତିଙ୍କ ପାଖ ମାଡି ନ ଥିଲେ। ଖବର ପାଇ ପହଞ୍ଚିଥିଲେ  ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟ  କେ. ଶିରସା। ସେଠାରେ ଦେଖିବାକୁ ପାଇଥିଲେ ମୃତ ବ୍ୟକ୍ତିଙ୍କ ଶବ ଉଠାଇବାତ ଦୂରର କଥା, କୌଣସି ବ୍ୟକ୍ତି ତାଙ୍କ ନିକଟକୁ ଯାଉନାହାନ୍ତି । ଏଭଳି ପରିସ୍ଥିତିରେ ମାନବିକତା ଦେଖାଇଲେ ଶିରସା । ଆଉ ବୃଦ୍ଧ ବ୍ୟକ୍ତିଙ୍କୁ କୋକେଇକୁ ନିଜେ କାନ୍ଧରେ ପ୍ରାୟ ୨ କିଲୋମିଟର ଶ୍ମଶାନକୁ ବୋହିନେଲେ । ବୃଦ୍ଧଙ୍କ ଜୁଇରେ ମୁଖାଗ୍ନି ଦେଇ ରିତିନୀତି ଅନୁଯାଇ ଅନ୍ତିମ ସଂସ୍କାର କଲେ ।ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଶିରସାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । 

 

Edit by : ବର୍ଷା ମଲ୍ଲିକ

Related News
satta king tw