Top Stories

Search here...

News

ଆମ୍ବେଦକରଙ୍କ ସାମାଜିକ ଏବଂ ରାଜନୈତିକ ଦୃଷ୍ଟିକୋଣ ଆଜି ବି ଉପଯୋଗୀ :ଧର୍ମେନ୍ଦ୍ର ପ୍ରଧାନ

Posted On - 2 minutes ago
Edited By Team BbsrReporters
LAST UPDATED Apr 14, 2021 02:05 PM

ଡ.ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀରେ ଭୁବନେଶ୍ୱର ସ୍ଥିତ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

 

BBSR Reporters

 


ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 


ଶ୍ରୀ ପ୍ରଧାନ କହିଛନ୍ତି ଯେ ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନର ଅନେକ ଗୁଡ଼ିଏ ଦିଗ ରହିଛି । ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଭାରତରରତ୍ନ  ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା । ଆମେ ସମସ୍ତେ ବାବାସାହେବଙ୍କ ସାମାଜିକ ସମରସତାରେ ପ୍ରରିତ ଏବଂ ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ କଟିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
-

Related News
satta king tw