Top Stories

Search here...

News

ଆଉ ୬୩ ଜୀବନ ନେଲା କରୋନା: ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସତ ଲୁଚାଉଥିଲେ ସରକାର !

Posted On - 6 minutes ago
Edited By Team BbsrReporters
LAST UPDATED Jul 12, 2021 10:39 AM

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୯୩  କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ

 

BBSR Reporters

 

ଭୁବନେଶ୍ୱର: କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ବହୁ ସମାଲୋଚନା ପରେ ରାଜ୍ୟ ସରକାର ପରୋକ୍ଷରେ ସତ ମାନିଛନ୍ତି। ଆଜି ଆଉ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଏହି ମୃତ୍ୟୁ ସଂଖ୍ୟା ପୂର୍ବ ଦିନର । ମୃତ୍ୟୁର ରିପୋର୍ଟ ଅଡ଼ିଟ କରିବା ପରେ ଏହା  କରୋନାଜନିତ ବୋଲି ସ୍ପଷ୍ଟ ହୋଇଛି । 

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି "
ଏହି ତାଲିକା ଏକ ନିର୍ଦ୍ଦିଷ୍ଟ ଦିନରେ ଘଟୁଥିବା ମୃତ୍ୟୁ ସୂଚନା ନୁହେଁ ।  ଏହା ଅତୀତର ମୃତ୍ୟୁର ବିବରଣୀ ।  ମୃତ୍ୟୁର ଅଡିଟ୍ ପ୍ରକ୍ରିୟା ଠିକ୍ ଭାବରେ ସମାପ୍ତ ହୋଇଛି ଓ କୋଭିଡ -୧୯ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଚିହ୍ନଟ କରାଯାଇଛି । 

 

 ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୯୩  କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 63 ଜଣଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧରୁ ୧୧୫୪ ଜଣ  ଚିହ୍ନଟ ହୋଇଥିବା ବେଳେ  ୮୩୯  ଲୋକାଲ କେସ୍‌ ବୋଲି କୁହାଯାଇଛି । କରୋନାରେ ପ୍ରାଣ ହରାଇଥିବା ବେଳେ ୬୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ  କରୋନା ମୃତ୍ୟୁ ସଂଖ୍ୟା ୪,୬୬୨କୁ ବୃଦ୍ଧି ପାଇଛି।

 


ଖୋର୍ଦ୍ଧା ଜିଲ୍ଲାରୁ  ସର୍ବାଧିକ  ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୭,  ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪,  ଜଗତସିଂହପୁରରୁ ୮୯, ଭଦ୍ରକରୁ ୮୬, ଢେଙ୍କାନାଳରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ବରଗଡ଼ରୁ ୧୯,  ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧୦, , ଦେବଗଡ଼ରୁ ୫, , ଗଜପତିରୁ ୫, ଗଞ୍ଜାମରୁ ୧୩, , ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୫, କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୭୮, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related News
satta king tw