dd dd

Top Stories

Search here...

News

ବାହାଘର ବେଳେ ବିଏମ୍ସିର ବାଇଗଣ ରୁଆ; ପୂରଣ ହେବନି ରାଜସ୍ୱ ଲକ୍ଷ୍ୟ!

Posted On - 2 hours ago

ଅନଲାଇନରେ ଟିକସ୍ ଆଦାୟ ଧିମାରେ ଚାଲିଥିବା ବେଳେ  ମାର୍ଚ୍ଚ ଭିତରେ ଟାର୍ଗେଟ ପୂରଣ କରିବାକୁ କଡା ନିର୍ଦ୍ଦେଶ  ଦେଇଛି ବିଏମ୍ସି

 

BBSR Reporters 

 

ଭୁବନେଶ୍ୱର: ରାଜସ୍ୱ ଆଦାୟ କ୍ଷେତ୍ରରେ ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପଛରେ ପଡ଼ିବ । ରାଜ୍ୟର ସର୍ବବୃହତ୍ତ ପୌରସଂସ୍ଥା ଚଳିତବର୍ଷ ନିଜ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିପାରିବ ନାହିଁ । ଜାନୁଆରୀ ମାସ ଅଧା ହେବାକୁ ଥିବାବେଳେ ଏଯାବତ୍ ଚଳିତବର୍ଷର ଆଦାୟ ଟାର୍ଗେଟର ଅଧା ବି ଛୁଇଁ ନାହିଁ । ଅନ୍ଲାଇନ୍ରେ ଟିକସ୍ ଆଦାୟ ପାଇଁ ବିଏମ୍ସି ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଥିବାବେଳେ କେହି ବି ଏଥିପ୍ରତି ଆନ୍ତରିକତା ଦେଖାଉନଥିବା ନଜରକୁ ଆସିଛି । ୧୦୦ କୋଟିରୁ ଊଦ୍ଧ୍ୱର୍ ରାଜସ୍ୱ ଆଦାୟର ବିଏମ୍ସିର ଲକ୍ଷ୍ୟ ରଖିଛି ସତ କିନ୍ତୁ ବାହାଘରବେଳେ ବାଇଗଣ ରୁଆ ସଦୃଶ ଏଥର ମଧ୍ୟ ରାଜସ୍ୱର ଟାର୍ଗେଟ ପୂରଣ ହେବନି ବୋଲି ଆଶଙ୍କା ପ୍ରକାଶ ପାଇଛି । ଜାନୁଆରୀ ମାସର ଏକ ତୃତୀଆଂଶ ଦିନ ସରିଥିବାବେଳେ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଲକ୍ଷ୍ୟ କରିବାକୁ ଧାର୍ଯ୍ୟ କରାଯାଇଛି । ଆଉ ମାତ୍ର ହାତରେ କେିଟା ଦିନ ଥିବାବେଳେ ଏବେ ଟିକସ୍ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବିଏମ୍ସିର ଦେଖାଣିଆ ନୀତି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଗୋଟିଏ ପଟେ କରୋନାରେ ଜନଜୀବନ ଅସ୍ତବ୍ୟସ୍ତ ଥିବାବେଳେ କେହି ବି ଟିକସ୍ ଦେବାକୁ ମଙ୍ଗୁ ନାହାଁନ୍ତି । ଫଳରେ ଏଥର ମଧ୍ୟ ବିଏମ୍ସି ତାର ରାଜସ୍ୱ ଆଦାୟରେ ପଛରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।


ବିଶେଷସୂତ୍ରରୁ ମିଳିଥିବା ସୂଚନା ମୂତାବକ, ମାର୍ଚ୍ଚ ଶେଷ ସୁଦ୍ଧା ବିଏମ୍ସି ତାର ଲକ୍ଷ୍ୟ ରଖିଥିବା ରାଜସ୍ୱ ଆଦାୟ କରିବାକୁ ଟିକସ ଆଦାୟକାରିଙ୍କୁ ତାଗିଦ୍ କରିଛି । ଟାର୍ଗେଟ ପୂରଣ ନ କଲେ ଟ୍ୟାକ୍ସ କଲେକ୍ଟରଙ୍କୁ ସସ୍ପେଣ୍ଡ କରାଯିବ ବୋଲି ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଗୋଟିଏ ପଟେ କରୋନା ପରିଚାଳନା ଦାୟିତ୍ୱକୁ ୱାର୍ଡ ପରିଚାଳନାରେ ବ୍ୟସ୍ଥଥିବା ଟ୍ୟାକ୍ସ କଲେକ୍ଟରମାନଙ୍କ ମଧ୍ୟରେ ଏବେ ଏନେଇ ଛନକା ପଶିଛି । ଗୋଟିଏ ପଟେ ସଂକ୍ରମଣର ଭୟକୁ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଅତିରିକ୍ତ କାର୍ଯ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି ।


ଅନ୍ୟପକ୍ଷେ ଟିକସ୍ ଆଦାୟ କରିବାକୁ ଗତ ଜାନୁଆରୀ ୪ ତାରିଖ ସୁଦ୍ଧା ସମସ୍ତ ଏସ୍ଏଚ୍ଜି ସଦସ୍ୟଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଏଥିସହ ଟିକସ ଖିଲାପକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ବିଏମ୍ସି ସହ ଅନୁବନ୍ଧିତ ଏସ୍ଏଚ୍ଜି ସଦସ୍ୟଙ୍କୁ ପ୍ରଦାନ କରାଯିବା ସହ ଟିକସ ଆଦାୟକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ନଗଦରେ ନେଣଦେଣ ଅପେକ୍ଷା ବିଏମ୍ସି ଆକାଉଣ୍ଟ ଟ୍ରାନ୍ସଫର ଉପରେ ଗୁରୁତ୍ୱ ଦେଇଥିବାବେଳେ ସମସ୍ତ ଏସ୍ଏଚ୍ଜିକୁ ଆବଶ୍ୟକୀୟ ପିଓଏସ୍ ମେସିନ୍ ମଧ୍ୟ ଯୋଗାଇଛି । ହେଲେ କରୋନା ଭୟରେ ସେମାନେ ଘରକୁ ଘର ବୁଲି ଟିକସ ଆଦାୟ କରିବାରେ ପଛଘୁଞ୍ଚା ଦେଉଛନ୍ତି । ଫଳରେ ଟିକସ ଆଦାୟ ପ୍ରକ୍ରିୟା ଏବେ ଶିଥିଳ ପଡ଼ିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି ।


ଆଦାୟ ହୋଇଛି ୧୫ କୋଟିର ହୋଲ୍ଡିଂ ଟ୍ୟାକ୍ସ; ପାର୍କିଂ ଫି ଆଦାୟକୁ ନେଇ ତୁଟୁନି ବିବାଦ


ବିଏମ୍ସି ଦକ୍ଷିଣ ପୂର୍ବ ଜୋନରୁ ୪୩.୨୫ କୋଟି, ଦକ୍ଷିଣ ପଶ୍ଚିମ ଜୋନ୍ରୁ ୪୩.୩୬ କୋଟି ଓ ଉତ୍ତର ଜୋନ୍ରୁ ୫୪.୯୬ କୋଟିର ଖାଲି ହୋଲ୍ଡିଂ ଟିକସ୍ ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏଯାବତ୍ ମାତ୍ର ୧୪ରୁ ୧୫ କୋଟି ଟଙ୍କାର ହୋଲ୍ଡିଂ ଟିକସ୍ ଆଦାୟ କରାଯାଇଛି । ଏନେଇ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ମାମଲାରେ ଉଦ୍ବେଗ ପ୍ରକାଶ କରିଥିବାବେଳେ ଜେଡ଼ିସିମାନଙ୍କୁ ଏନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କେଉଁ ୱାର୍ଡରେ କେତେ ଟିକସ ଆଦାୟ ହୋଇଛି ଓ କେତେ ବାକି ଅଛି ତାର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଯେଉଁ ୱାର୍ଡରେ ଟିକସ୍ ଆଦାୟ ପଛେଇଛି, ଉକ୍ତ ୱାର୍ଡର ୱାର୍ଡ ଅଫିସରଙ୍କୁ ସସ୍ପେଣ୍ଡ କରିବା ସହ ସମ୍ପୃକ୍ତ ସ୍ଥାନରେ ନୂଆ କର୍ମଚାରୀଙ୍କୁ ଦାୟିତ୍ୱ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ସବିଶେଷ ରିପୋର୍ଟ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷେ ପାର୍କିଂ ଫିକୁ ନେଇ ବିବାଦ ତୁଟୁ ନ ଥିବା ଜଣାପଡ଼ିଛି । ବିଲ୍ଡିଂ ପ୍ଲାନ୍ ଆପ୍ରୁଭାଲ ନିୟମ କଡ଼ାକଡ଼ି ହେବା ପରେ ସହରରେ ଅଧିକାଂଶ ସ୍ଥାନରେ ପାର୍କିଂ ଫି ଛାଡ଼ କରାଯାଇଛି । କିନ୍ତୁ ଏବେ ମଧ୍ୟ କିିଛି ସ୍ଥାନରେ ପାର୍କିିଂ ଫି ଆଦାୟ କରାଯାଉଛି । କେଉଁଠି ବିଏମ୍ସି ପାର୍କିଂ ପାଇଁ ଟେଣ୍ଡର ହୋଇଥିବାବେଳେ କେଉଁଠି ମନମୁତାବକ ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକାଂଶ ସ୍ଥାନରେ ପାର୍କିଂ ଫି ଆଦାୟ ହେବା ସତ୍ତ୍ୱେ ବିଏମ୍ସିର ହସ୍ତଗତ ହେଉନଥିବା ଅଭିଯୋଗ ହୋଇଛି ।


ଆହୁରି ଆଦାୟ ହେବ ୮୫% ଟ୍ରେଡ ଲାଇସେନ୍ସ ଫି


ବିଏମ୍ସି ଦକ୍ଷିଣ ପୂର୍ବ ଜୋନରେ ୫୫୫୯ ଜଣ ଦୋକାନୀ ଥିବାବେଳେ ମୋଟ ୬ କୋଟିର ଟ୍ରେଡ୍ଲାଇସେନ୍ସ ଫି ଆଦାୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ମାତ୍ର ୧ କୋଟି ୧୩ ଲକ୍ଷ ପରି ଟିକସ ଆଦାୟ ହୋଇଛି । ସେହିପରି ବିଏମ୍ସି ଦକ୍ଷିଣ ପଶ୍ଚିମ ଜୋନ୍ରେ ମୋଟ ୨ କୋଟିର ଟାର୍ଗେଟ ଥିବାବେଳେ ୧ କୋଟି ୩ ଲକ୍ଷ ପରି ଆଦୟ ହୋଇଛି ଓ ଉତ୍ତର ଜୋନରେ ୪ କୋଟି ଟାର୍ଗେଟ ଥିବାବେଳେ ମାତ୍ର ୨୨ ଲକ୍ଷ ଆଦାୟ ହୋଇଛି । ଏଯାବତ୍ ମୁଖ୍ୟ ଟାର୍ଗେଟର ମାତ୍ର ୧୦ରୁ ୧୫% ଟିକସ୍ ଆଦାୟ କରାଯାଇଥିବାବେଳେ ବାକି ଦିନରେ ୮୫% ଟିକସ ଆଦାୟ କିପନରି ହେବ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ସମସ୍ତ ଓପୋଲୋଫେଡ଼୍ ଓ ଷ୍ଟ୍ରିଟ୍ ଭେଣ୍ଡରଙ୍କଠାରୁ ଗ୍ରାଉଣ୍ଡ ରେଣ୍ଟ, ସାନିଟେସନ୍ ଫି ଆଦାୟ କରିବାକୁ କମିଶନର ଶ୍ରୀ ଚୌଧାରୀ ସବୁ ଜୋନ୍ର ଜେଡିସିଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି । 

 

Edit by: ଟିମ ବିବିଏସଆର ରିପୋଟର୍ସ

Related News
satta king tw