Top Stories

Search here...

News

ରାଜ୍ୟବାସୀଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted On - 8 minutes ago
Edited By Team BbsrReporters
LAST UPDATED Jun 14, 2021 12:33 PM

ଏଥିସହିତ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରି ଘରେ ରହି ରଜ ପାଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି  ।

 

BBSR Reporters


 ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟବାସୀ ବିଶେଷକରି ମା’ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରି ଘରେ ରହି ରଜ ପାଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି  ।


ମୁଖ୍ୟମନ୍ତ୍ରୀ କହିଛନ୍ତି, ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ  । ସମାଜ ପାଇଁ ନାରୀର ଅବଦାନକୁ ସମ୍ମାନ ଜଣାଇବାର ପର୍ବ  । ଏହି ଅବସରରେ ଆସନ୍ତୁ, ଛୋଟ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ଆମର ମା’ମାନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କର ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ  ହେବା ଏବଂ ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Related News
satta king tw