dd dd

Top Stories

Search here...

News

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହେଲେ ଛାତ୍ର ବିଜେଡିର କର୍ମକର୍ତ୍ତା

Posted On - 1 week ago

 

BBSR Reporters

 

ଛାତ୍ର ବିଜେଡ଼ି କର୍ମକରତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ, ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜୁବାବୁଙ୍କ ମହାନତାକୁ ପାଥେୟ କରି ଏକ ସାଡଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା 10 ଜଣ କର୍ମକର୍ତ୍ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଳାଟଫର୍ମ ମାଧ୍ୟମରେ ପୁରସ୍କୃତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

 

ଉକ୍ତ କାର୍ଯ୍ୟକ୍ରମରେ  ପୂରସ୍କୃତ ହୋଇଥିବା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ହେଲେ ଅବଦୁଲ୍‌ ହବିବ୍‌, ଅମରେନ୍ଦ୍ର ଧଲ୍‌, ହେମନ୍ତ କୁମାର ସାହୁ, ଇପ୍ସିତା ସାହୁ, ସ୍ଥିତପ୍ରଜ୍ଞ ପଣ୍ଡା, ଣଶ୍ମି ରଞ୍ଜନ ପରିଡ଼ା, ରଞ୍ଜିତ ଦାସ, ସ୍ମୃତି ଦାସ, ସୌମ୍ୟ ପ୍ରକାଶ ବିଶ୍ବାଳ ଓ ଆଶୁତୋଷ ସାହୁ ।

 

 

ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ ପରିଚାଳନା କରିଥିଲେ । ଭର୍ଚୁଆଲ୍‌ ପ୍ଲାଟଫର୍ମ ଜରିଆରେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ  ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟମୋକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ ।  ଶ୍ରୀ ତ୍ରୀପାଠୀ କହିଥିଲେ ‘‘ଏହିଭଳି କାର୍ଯ୍ୟକ୍ରମ ଦ୍ବାରା ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଆହୁରି ଅଧିକ ଆଗ୍ରହ ଓ ଉତ୍ସାହ ବଡ଼ିବ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

 

Edit by- ସନ୍ୟାଶିଶ୍‌ ମହାରଣା

Related News
satta king tw