dd dd

Top Stories

Search here...

News

ବିଜେପି ବଜେଟ୍ ମାଧ୍ୟମରେ "ଖରାପ ରାଜନୀତି"ର ଏକ ନୂଆ ଧାରା ଆରମ୍ଭ କରିବାକୁ ଯାଉଛି : ଶିବସେନା

Posted On - 1 day ago

ଶିବସେନାର ବିଜେପିକୁ ପ୍ରଶ୍ନ, ନିର୍ବାଚନରେ ଜିତିବା ପାଇଁ  ବଜେଟ୍ କୁ ଅସ୍ତ୍ର କରିବା କଣ ଠିକ୍ ? 

 

BBSR Reporters


ମୁମ୍ବାଇ: ଶିବସେନା ମଙ୍ଗଳବାର ଦାବି କରିଛି ଆଗକୁ ବିଧାନସଭା ନିର୍ବାଚନ ଆସୁ ଥିବାରୁ କିଛି ରାଜ୍ୟ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ରେ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି । ନିର୍ବାଚନରେ ଜିତିବା ପାଇଁ ବିଜେପି ବଜେଟ୍ କୁ ଅସ୍ତ୍ର କରିବା କଣ ଠିକ୍ ବୋଲି ପ୍ରଶ୍ନ କରିଛି ଶିବସେନା । ଏଥିସହିତ ବଜେଟ୍ ଜରିଆରେ ସରକାର ଖରାପ ରାଜନୀତି କରୁଛନ୍ତି ।  

 

ଶିବସେନା ମୁଖପାତ୍ର 'ସାମାନା'ର ସମ୍ପାଦକୀୟ କହିଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ ଅଧିକ ଅର୍ଥ ଆବଣ୍ଟନ କରିବା ଲାଞ୍ଚ ସହ ସମାନ । ବିଜେପି ବଜେଟ୍ ମାଧ୍ୟମରେ "ଖରାପ ରାଜନୀତି" ର ଏକ ନୂଆ ଧାରା ଆରମ୍ଭ କରିବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଶିବସେନା ଆହୁରି ମଧ୍ୟ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ସର୍ବାଧିକ ରାଜସ୍ୱ ପ୍ରଦାନ କରିଥିବା ରାଜ୍ୟ ମହାରାଷ୍ଟ୍ରକୁ ଅଣଦେଖା କରାଯାଇଛି । ସୀତାରମଣ ସୋମବାର କେନ୍ଦ୍ର ବଜେଟ୍ ୨୦୨୧-୨୨ ଉପସ୍ଥାପନ କରିଛନ୍ତି ।

 

ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦୁର୍ଭାଗ୍ୟଜନକ ଯେ (କେନ୍ଦ୍ର) ସରକାର ବଜେଟ୍ ମାଧ୍ୟମରେ ଭୋଟର ମଇଳା ରାଜନୀତିର ଖେଳ ଖେଳିବାର ଏକ ନୂଆ ଧାରା ଆରମ୍ଭ କରିଛନ୍ତି । ସମ୍ପାଦକୀୟ ଅନୁଯାୟୀ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଅର୍ଥମନ୍ତ୍ରୀ ସେହି ରାଜ୍ୟଗୁଡିକୁ ବଡ଼ ପ୍ୟାକେଜ୍ ଏବଂ ପ୍ରକଳ୍ପ ବଣ୍ଟନ କରିଛନ୍ତି।

 

ଏଥିରେ କୁହାଯାଇଛି ଯେ ନାଶିକ ଏବଂ ନାଗପୁର ମେଟ୍ରୋ ପ୍ରକଳ୍ପ ପାଇଁ ବ୍ୟବସ୍ଥା ବ୍ୟତୀତ ବଜେଟ୍ ରେ ମୁମ୍ବାଇ ଏବଂ ମହାରାଷ୍ଟ୍ର ହାତକୁ କିଛି ବି ଯାଇନାହିଁ । ନାଶିକ ମେଟ୍ରୋ ପାଇଁ ବଜେଟରେ ୨,୦୯୨ କୋଟି ଏବଂ ନାଗପୁର ମେଟ୍ରୋ  ଫେଜ୍-୨ ପାଇଁ କେନ୍ଦ୍ର ୫,୯୭୬ କୋଟି ଟଙ୍କା ପ୍ରଦାନ କରିଛି । ଏହି ଭେଦଭାବ କାହିଁକି ବୋଲି ଶିବସେନା ପ୍ରଶ୍ନ କରିଛି ?

 

Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw