dd dd

Top Stories

Search here...

News

ଦେଶରେ ଧର୍ମାନ୍ତରଣକୁ ନେଇ କୈାଣସି ଆଇନ ପ୍ରଣୟନ ହେବାର ଯୋଜନା ନାହିଁ :କେନ୍ଦ୍ର ସରକାର

Posted On - 2 hours ago

ଦେଶରେ ଧର୍ମାନ୍ତରଣକୁ ନେଇ ସମସ୍ତ ଆଇନ ରାଜ୍ୟ ରହିଛି ସରକାରଙ୍କ ହାତରେ ।

 

BBSR Reporters

 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦରେ ପ୍ରକାସ କରିଛନ୍ତି ଯେ,ଧର୍ମାନ୍ତରଣ  କିମ୍ବା ଅନ୍ତଧର୍ମ ବିବାହକୁ ନିଷିଦ୍ଧ କରିବା ପାଇଁ ଦେଶରେ ବରର୍ତ୍ତମାନ କୈାଣସି ଯୋଜନା ନାହିଁ । ଏହା ରାଜ୍ୟ ସରକାରଙ୍କ ହାତରେ ରହିଛି । ବିଜେପି ଶାସିତ ରାଜ୍ୟରେ ଏଭଳି ଆଇନ ପ୍ରଣୟନ କରାଯିବା ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ଏହି ସ୍ପଷ୍ଟୀକରଣ ଆସିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛ ଯେ,  ଧର୍ମାନ୍ତର ସହିତ ଜଡିତ ପ୍ରସଙ୍ଗଗୁଡିକ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ରହିଥାଏ  ଏବଂ ଆଇନ ଉଲ୍ଲଂଘନ ମାମଲାରେ ଆଇନ ପ୍ରଣୟନକାରୀ ସଂସ୍ଥା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । 


ଗୃହମନ୍ତ୍ରୀ କିଶାନ ରେଡ୍ଡୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ସମ୍ବିଧାନର ସପ୍ତମ ସୂଚୀ ଅନୁଯାୟୀ ଲୋକବ୍ୟବସ୍ଥା ଏବଂ ପୋଲିସ, ରାଜ୍ୟର ଅଧୀନ ଅଟେ । ଧର୍ମାନ୍ତରଣ ସମ୍ବଦ୍ଧୀତ ଅପରାଧକୁ ରୋକିବା,ମାମଲା ରୁଜୁ କରିବା,ଯାଞ୍ଚ କରିବା  ଏହି ସମସ୍ତ ବିଷୟ ରାଜ୍ୟ ସରକାରଙ୍କ ଅଧୀନସ୍ତ । ଯଦି ଆଇନ ଉଲ୍ଲଂଘନ କରାଯାଏ ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

 


Edit by: ଅର୍ଚ୍ଚନା ଆଳୁକ

Related News
satta king tw