dd dd

Top Stories

Search here...

News

କେବେ ପ୍ରଣୟନ ହେବ ନାଗରିକତା ସଂଶୋଧନ ଆଇନ ନିୟମ ?

Posted On - 2 hours ago

ସିଏଏ ଆଇନ କାର୍ୟ୍ୟକାରୀ ହେବାର ପ୍ରାୟ ଗୋଟିଏ ବର୍ଷ ବିତି ଯାଇଥିଲେ ହେଁ ସରକାର ଏହା ଉପରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିପାରି ନାହାଁନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବର ୧୨ରେ ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହା ୨୦୨୦ ଜାନୁଆରୀ ୨୦ରୁ କାର୍ୟ୍ୟକାରୀ ହୋଇଛି । ତେବେ ସିଏଏ ଆଇନ କାର୍ୟ୍ୟକାରୀ ହେବାର ପ୍ରାୟ ଗୋଟିଏ ବର୍ଷ ବିତି ଯାଇଥିଲେ ବି ସରକାର ଏହା ଉପରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିପାରି ନାହାଁନ୍ତି ।


ସିଏଏକୁ ନେଇ ଆଇନ ପ୍ରସ୍ତୁତି କାର୍ୟ୍ୟ ଜାରି ରହିଥିବା ଆଜି କେନ୍ଦ୍ର ସରକାର ଲୋକସଭାକୁ ଅବଗତ କରାଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ୨୦୧୯ର ନିୟମ ପ୍ରସ୍ତୁତି କାର୍ୟ୍ୟ ଜାରି ରହିଛି ।


ଲୋକସଭା ଓ ରାଜ୍ୟସଭାର ଅଧିନସ୍ଥ ଆଇନ କମିଟି ନିୟମ ପ୍ରସ୍ତୁତ କରିବାକୁ ଯଥାକ୍ରମେ ଏପ୍ରିଲ ୯ ରୁ ଜୁଲାଇ ୯ ଯାଏ ସମୟ ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ ଆଇନ ପ୍ରସ୍ତୁତ ହୋଇଯିବ। ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

 


Edit by: ଅର୍ଚ୍ଚନା ଆଳୁକ

Related News
satta king tw