dd dd

Top Stories

Search here...

News

୨ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଚାଲୁଥିବା ବିବାଦର ଘଟିଲା ଅନ୍ତ

Posted On - 2 hours ago

ସ୍ଥଳ ସେନା ପ୍ରମୁଖଙ୍କ କୋର୍ଟ ଅଫ୍ ଇନ୍କ୍ୟୁରି ତଦନ୍ତ ନିର୍ଦ୍ଦେଶ ପରେ ୨ ସେନା ଅଧିକାରୀ ନିଜ ନିଜ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି ।


BBSR Reporters


ନୂଆଦିଲ୍ଲୀ: ୨ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଚାଲୁଥିବା ବିବାଦର ଅନ୍ତ ଘଟିଛି । ଘଟଣାରେ ସ୍ଥଳ ସେନା ପ୍ରମୁଖଙ୍କ କୋର୍ଟ ଅଫ୍ ଇନ୍କ୍ୟୁରି ତଦନ୍ତ ନିର୍ଦ୍ଦେଶ ପରେ ୨ ସେନା ଅଧିକାରୀ ନିଜ ନିଜ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି । ଏହି ଦୁଇ ଜେନେରାଲ୍ ହେଉଛନ୍ତି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଯବାନ ଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା ଜୟପୁରର ‘ସାଉଥ୍ େଓ୍ଵଷ୍ଟର୍ଣ୍ଣ କମାଣ୍ଡ୍’ର ମୁଖ୍ୟ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଆଲୋକ କ୍ଲେର୍ ଏବଂ ତାଙ୍କର ସେକେଣ୍ଡ୍-ଇନ୍-କମାଣ୍ଡ୍, ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ କେ କେ ରେପ୍ସଓ୍ଵାଲ୍। ମଙ୍ଗଳବାର ଦିନ ସେମାନେ ପରସ୍ପର ବିରୋଧରେ ଦେଇଥିବା ଅଭିଯୋଗ ପତ୍ର ପ୍ରତ୍ୟାହାର କରିନେଇଛନ୍ତି।

 

ସୂତ୍ରରୁ ଜଣାପଡ଼ିଛି ଯେ, ଅଳ୍ପ ଦିନ ମଧ୍ୟରେ ସମ୍ପୃକ୍ତ କର୍ଣ୍ଣେଲ୍ମାନଙ୍କ ଉଚ୍ଚତର କର୍ତ୍ତୃପକ୍ଷ ରିପୋର୍ଟ ଦାଖଲ କରିବା ପରେ ସେନାମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରଓ୍ଵଣେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। 

 

ସାଉଥ୍-ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଆଲୋକ କ୍ଲେର ଏବଂ ୨ୟ କମାଣ୍ଡର  ଲେଫ୍ଟନାଣ୍ଟ ଜେନେରାଲ କେ. ରୁପ୍ସାଓ୍ୱାଲ୍ ମଧ୍ୟରେ ବିବାଦ ଲାଗିରହିଥିଲା । ପ୍ରଶାସନିକ କୋହଳ ଏବଂ କେତେକ କ୍ଷେତ୍ରରେ ପ୍ରମୁଖ କାର୍ୟ୍ୟନିର୍ବାହରେ ସମସ୍ୟା ଏବଂ କ୍ଷମତାର ଅପବ୍ୟବହାର ହେଉଛି ଏହି ସାଙ୍ଘାତିକ ଅଭିଯୋଗ ଓ ପ୍ରତିଅଭିଯୋଗର କାରଣ ବୋଲି ସମ୍ପୃକ୍ତ ସୂତ୍ରରୁ ଜଣାପଡ଼ିଛି।

 

 Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw