dd dd

Top Stories

Search here...

News

ଭୁବନେଶ୍ୱର, ଚଣ୍ଡିଗଡ଼ ଭଳି ଦେଶରେ ହେବାକୁ ଯାଉଛି ୮ଟି ନୂଆ ସହର

Posted On - 2 hours ago

 

ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଅନେକ ଥର କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶର ୪୦% ଲୋକ ସହରରେ ରହିବାର ସମ୍ଭାବନା ରହିଛି।

 

BBSR Reporters

 

ସହରାଞ୍ଚଳର ସମ୍ପ୍ରସାରଣର ଚାହିଦା ପୂରଣ ପାଇଁ କେନ୍ଦ୍ର ସରକାର ଆଠଟି ନୂତନ ସହରର ବିକାଶ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ୧୫ ତମ ଅର୍ଥ ଆୟୋଗ ମଧ୍ୟ ଆଠଟି ରାଜ୍ୟରେ ଆଠଟି ନୂତନ ସହର ପ୍ରତିଷ୍ଠା ପାଇଁ ଆଠ ହଜାର କୋଟି ଟଙ୍କା ଅନୁଦାନ ଦେବାକୁ ସୁପାରିଶ କରିଛନ୍ତି। ଏହା ମଧ୍ୟ ଜଣାପଡିଛି ଯେ ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଅନେକ ଥର କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶର ୪୦% ଲୋକ ସହରରେ ରହିବାର ସମ୍ଭାବନା ରହିଛି।

 

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ମନ୍ତ୍ରଣାଳୟ ଏହାର ପ୍ରଥମ ପ୍ରକଳ୍ପର କାର୍ୟ୍ୟକାରିତା ପାଇଁ ଖୁବ୍ ଶୀଘ୍ର ଏକ ବିସ୍ତୃତ ଢାଞ୍ଚାରେ ହେବ ବୋଲି ପ୍ରକାଶ କରିଛନ୍ତି । ଏହି ସହରଗୁଡିକ ସବୁଜ କ୍ଷେତ୍ର ପ୍ରକଳ୍ପର ଅଂଶ ହେବ କି ବୋଲି ପଚରାଯିବାରୁ ମିଶ୍ର କହିଛନ୍ତି, "ହଁ। ଆମେ ନୂତନ ସହରର ବିକାଶ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବୁ ଏଥିପାଇଁ ସରକାର ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ, ଯାହା ଛଅ ମାସରୁ ଏକ ବର୍ଷ ଲାଗିପାରେ।"

 

ସେ ଏହା ମଧ୍ୟ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଦେଶରେ କୌଣସି ନୂତନ ସହର ପ୍ରତିଷ୍ଠା କରାଯାଇ ନାହିଁ। ନୂତନ ସହରଗୁଡ଼ିକର ସମାଧାନ ପାଇଁ ଅର୍ଥ ଆୟୋଗ ଆଠ ହଜାର କୋଟି ମଞ୍ଜୁର କରିଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁଯାୟୀ, ଏଥିରୁ ପ୍ରତ୍ୟେକ ସହର ପାଇଁ ଏକ ହଜାର କୋଟି ଟଙ୍କା ମିଳିବ। ସେ କହିଛନ୍ତି ଯେ ଦେଶକୁ ନୂଆ ସହର ଦରକାର। ଯେପର୍ୟ୍ୟନ୍ତ ଆମେ ସହର ଯୋଜନା କରିନାହୁଁ, ବିକାଶର ଫଳାଫଳ ମିଳିବ ନାହିଁ । ଏବଂ ସହର ବାହାରେ ସଂଲଗ୍ନ ଅଞ୍ଚଳର ବିକାଶ ପାଇଁ ମଧ୍ୟ ସୂଚନା ଦେଇଛନ୍ତି।

 

ଏଥି ସହିତ, ଏକ ସୂତ୍ରରୁ ଜଣାପଡିଛି ଯେ ଜନଗଣନା ସହରଗୁଡିକ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇପାରିବ, ତଥାପି ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟତା ଆସି ନାହିଁ। ଦୁର୍ଗା ଶଙ୍କର ଏହା କହିଛନ୍ତି ଯେ ଜନଗଣନା ସହର ହେଉଛି ଏକ କ୍ଷେତ୍ର ଯେଉଁଠାରେ ଜନସଂଖ୍ୟା ପାଞ୍ଚ ହଜାରରୁ ଅଧିକ, ଜନସଂଖ୍ୟାର ଘନତା ବର୍ଗ କିଲୋମିଟର ପ୍ରତି ୪୦୦ ରୁ ଅଧିକ ଏବଂ ଯେଉଁଠାରେ ୭୫% ପୁରୁଷ ଅଣ କୃଷି କାର୍ଯ୍ୟରେ ନିୟୋଜିତ ଅଟନ୍ତି।

 

Edit by :ବର୍ଷା ମଲ୍ଲିକ୍

Related News
satta king tw