Top Stories

Search here...

News

କରୋନା ଭାଇରସ: ୪୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟ; ରାଜ୍ୟରୁ ନୂଆ ୩୮୦୬ ସଂକ୍ରମିତ ଚିହ୍ନଟ

Posted On - 2 minutes ago
Edited By Team BbsrReporters
LAST UPDATED Jun 18, 2021 10:33 AM

ଆଉ ୩୭ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି ।

 

BBSR Reporters

 

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଥିବା ଦେଖିବାକୁ ମିଳିଛି ।  ଶୁକ୍ରାବାର ରାଜ୍ୟରୁ ୩୮୦୬ ଜଣ ନୂଆ କରୋନା ସଂକ୍ରମିତ  ଚିହ୍ନଟ ହୋଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଉ ୩୭ ଜଣ ଜୀବନ ଯାଇଛିି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା  ବାକି ୧୬୩୪ଟି ହେଉଛି ଲୋକାଲ୍ କେସ୍ ।

 

୩୮୦୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଜଣ ଥିବା ବେଳେ କଟକରୁ ୩୯୩, ଯାଜପୁରରୁ ୩୪୬ ଓ ବାଲେଶ୍ୱର ଜିଲ୍ଲାରୁ ୨୨୦ ଜଣ ଅଛନ୍ତି । ସେହିପରି ଅନୁଗୋଳ ଜିଲ୍ଲାରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୫, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦,, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯, ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୂଆପଡ଼ାରୁ ୩୧, ପୁରୀରୁ ୨୦୦, ରାୟଗଡ଼ାରୁ ୧୧୧, ସମ୍ବଲପୁରରୁ ୪୫, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୧୪୫, ସୋନପୁରରୁ ୩୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ ଏବଂ ଷ୍ଟେଟ୍ ପୁଲ୍ରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି ।

 

ଆଉ ୩୭ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ୩୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ ଜୀବନ ଯାଇଛି ।  ବରଗଡ଼, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଜୀବନ ଯାଇଥିବା ବେଳେ ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି । ସେହିପରି ଗଜପତି, ମୟୂରଭଂଜ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ।


ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୯କୁ ବୃଦ୍ଧି ପାଇଥିବା ବେଳେ କଟକ ୨୨୮, କଳାହାଣ୍ଡିରେ ୧୬୩, ବରଗଡ଼ରେ ୮୫, ଝାରସୁଗୁଡ଼ାରେ ୧୦୨, ପୁରୀରେ ୧୯୦, ସୁନ୍ଦରଗଡ଼ରେ ୩୨୨, ବଲାଙ୍ଗୀରରେ ୭୬, ଦେବଗଡ଼ରେ ୩୧, କେନ୍ଦ୍ରାପଡ଼ାରେ ୬୯, ରାୟଗଡ଼ାରେ ୧୩୮, ଗଜପତିରେ ୬୯, ମୟୂରଭଞ୍ଜରେ ୧୧୨ ଓ ସମ୍ବଲପୁରରେ ୧୦୨କୁ ବୃଦ୍ଧି ପାଇଛି ।

 

୩୮୦୬ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୩ ହଜାର ୩୩୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । 
 

Related News
satta king tw