Top Stories

Search here...

News

ହାତୀ ଉପରେ ବସି କନ୍ୟାଘରକୁ ଯିବା ପଡିଲା ମହଙ୍ଗା: ବର ସମେତ ବରଯାତ୍ରୀଙ୍କ ଛତ୍ରଭଙ୍ଗ

Posted On - 1 hour ago
Edited By Team BbsrReporters
LAST UPDATED Jun 13, 2021 01:04 PM

ବାଣ ଫୁଟିବାରୁ ବିବାହ ମଣ୍ଡପରେ ହାତୀ ଉତ୍ପାତ , ଭାଙ୍ଗିଲା ଏକାଧିକ ବାଇକ୍ ଓ କାର୍ ।

 

BBSR Reporters


ପ୍ରୟାଗରାଜ: ବିବାହ ପାଇଁ ହାତୀ ଉପରେ ବସି କନ୍ୟାଘରକୁ ଯିବା ଘଟଣା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲା ଅନ୍ତର୍ଗତ ଅମଲାପୁର ଗ୍ରାମରେ ଶୁକ୍ରବାର ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ତ୍ରିପାଠୀ ନାମକ ଏହି ଯୁବକ ବରବେଶରେ ହାତୀ ଉପରେ ବସି ବରଯାତ୍ରୀଙ୍କ ଗହଣରେ କନ୍ୟାଘରେ ପହଞ୍ଚିଥିଲେ । ସେପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଥିଲା ।

 

ତେବେ କନ୍ୟାଘର ସମ୍ମୁଖରେ ବରପକ୍ଷର କେତେକ ଲୋକ ବାଣ ଫୁଟାଇବାରୁ ହାତୀଟି ଉତ୍ତ୍ୟକ୍ତ ହୋଇପଡିଥିଲା । ରାଗରେ ହାତୀଟି ବିବାହ ମଣ୍ଡପକୁ ଛିନ୍ଛତ୍ର କରିଥିବାବେଳେ ସେଠାରେ ପାର୍କିଂ କରାଯାଇଥିବା ୪ଟି କାର୍ ଓ ୬ଟି ବାଇକ୍କୁ ଭଙ୍ଗାରୁଜା କରିଥିଲା ।

 

ହାତୀର ପ୍ରକୋପ ଦେଖି ସେଠାରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିବାବେଳେ ବର ଓ ବରଯାତ୍ରୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ପୁଲିସ ଓ ବନବିଭାଗ କର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

Related News
satta king tw