Top Stories

Search here...

News

ପ୍ରଖ୍ୟାତ ଇସଲାମିକ୍ ବିଦ୍ୱାନ ୱାହିଉଦ୍ଧିନଙ୍କ ପରଲୋକ

Posted On - 2 minutes ago
Edited By Team BbsrReporters
LAST UPDATED Apr 23, 2021 02:44 PM

ତାଙ୍କର ପ୍ରତିଭା ଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦ରେ ତାଙ୍କୁ ପଦ୍ମଭୂଷଣ ଓ ୨୦୨୧ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରଖ୍ୟାତ ଇସଲାମିକ ବିଦ୍ୱାନ ମୌଲାନା ୱାହିଉଦ୍ଧିନ ଖାନ୍ଙ୍କର ବୁଧବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏପ୍ରିଲ ୧୨ରେ କୋଭିଡ୍ ଆକ୍ରାନ୍ତ ହେବାପରେ ତାଙ୍କୁ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପ୍ରତିଭା ଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦ରେ ତାଙ୍କୁ ପଦ୍ମଭୂଷଣ ଓ ୨୦୨୧ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି ।
 

Related News
satta king tw