Top Stories

Search here...

News

ମେଧାବୃତ୍ତି ସ୍କଲାରସିପ ଦୁର୍ନୀତିରେ ପୂର୍ବତନ ଶିକ୍ଷା ସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ

Posted On - 1 minute ago
Edited By Team BbsrReporters
LAST UPDATED Aug 12, 2021 05:51 PM

ପ୍ରକାଶ ରଥ କାର୍ଯ୍ୟରତ ଥିବା ବେଳେ ସ୍କଲାରସିପ ପାଇଁ ଯୋଗ୍ୟ ନଥିବା ୨୩୫ ଜଣ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି ।

 

BBSR Reporters

 

 

ଭୁବନେଶ୍ୱର: କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ ହୋଇଛନ୍ତି । ମେଧାବୃତ୍ତି ସ୍କଲାରସିପରେ ଦୁର୍ନୀତିରେ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଯୋଗ୍ୟତା ନ ଥାଇ ସେ ବହୁ ପିଲାଙ୍କୁ ଟଙ୍କା ଦେଇଥିବା ଇଓଡବ୍ଲୁ୍ୟ କହିଛି ।

 

 ଗିରଫ ପ୍ରକାଶ ରଥ ଚାକିରିରେ ଥିବା ସମୟରେ ଇ ମେଧାବୃତ୍ତି ସ୍କଲାରସିପରେ ବ୍ୟାପକ ଅନିୟମିତତା କରିଥିଲେ । ଅର୍ଥାତ ପ୍ରକାଶ ରଥ କାର୍ଯ୍ୟରତ ଥିବା ବେଳେ ସ୍କଲାରସିପ ପାଇଁ ଯୋଗ୍ୟ ନଥିବା ୨୩୫ ଜଣ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି । ପ୍ରକାଶ ଗିରଫ ହେବା ପରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । 

 

ଉଚ୍ଚ ଶିକ୍ଷା ବିଭାଗ ୨୦୧୪-୧୫ ମସିହାରେ ଉଚ୍ଚ ଶିକ୍ଷା ବିଭାଗ ମେଧାବୃତ୍ତି ଯୋଜନାରେ ବ୍ୟାପକ ଆର୍ଥôକ ଅନିୟମିତତା ହୋଇଥିବା ନେଇ ଜାଣିବାକୁ ପାଇଥିଲା । ଏହାପରେ ୨୦୧୭ ମସିହାରେ ଏହାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଏକ ଚିଠି କରିଥିଲେ ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଚିଠିକୁ ଆଧାର କରି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରି ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି  ।
 

Related News
satta king tw