Top Stories

Search here...

News

ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ଅନୁମତି: ୧୫ ଜଣ ସେବାୟତଙ୍କ ଉପସ୍ଥିତିରେ ହେବ ଯାତ୍ରା

Posted On - 1 minute ago
Edited By Team BbsrReporters
LAST UPDATED May 08, 2021 12:49 PM

ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ତାଲିକାରେ ନାମ ଥିବା ସମସ୍ତ ସେବାୟତଙ୍କର ଆର୍ଟିପିସିଆର ଟେଷ୍ଟ କରାଯିବ ।

 

BBSR Reporters

 

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ଅକ୍ଷୟ ତୃତୀୟା ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନା ଯାତ୍ରା ହେବାକୁ ଯାଉଛି । ମାତ୍ର କରୋନାର ଦ୍ୱିତୀୟ ଲହର ସମଗ୍ର ରାଜ୍ୟକୁ କବଳିତ କରିଥିବାରୁ ଚନ୍ଦନ ଯାତ୍ରାକୁ କୋଭିଡ୍ କଟକଣା ଓ ନିରାଡମ୍ବର ଭାବେ ପାଳନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଗାଇଡ୍  ଲାଇନ୍ ଜାରି କରାଯାଇଛି । ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପରି ଚନ୍ଦନ ଯାତ୍ରା ମଧ୍ୟ ବିନା ଭକ୍ତରେ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ମାତ୍ର ୧୫ଜଣ ସେବାୟତଙ୍କୁ ନେଇ ଏହି ଯାତ୍ରା କରାଯିବ ବୋଲି କୁହାଯାଇଛି ।

 

ମନ୍ଦିର କତ୍ତୃର୍ପକ୍ଷ ୧୫ଜଣ ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ବିଏମ୍ସିକୁ ଦେବେ । ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ତାଲିକାରେ ନାମ ଥିବା ସମସ୍ତ ସେବାୟତଙ୍କର ଆର୍ଟିପିସିଆର ଟେଷ୍ଟ କରାଯିବ । ନେଗେଟିଭ୍ ରିପୋର୍ଟ ଥିବା ସତ୍ତ୍ୱେ କୋଣସି ସେବାୟତ ଅସୁସ୍ଥ ହେଲେ କିମ୍ବା କୋଣସି ଲକ୍ଷଣ ଦେଖା ଦେଲେ ସେମାନଙ୍କୁ ଯାତ୍ରାରେ ଅଂଶ ଗ୍ରହଣ କରିବାର ଅନୁମତି ମିଳିବ ନାହିଁ । ଚନ୍ଦନ ଯାତ୍ରା ପୂର୍ବରୁ ଚନ୍ଦନ ଡଙ୍ଗାକୁ ସାନିଟାଇଜ୍  କରାଯିବ ।

 

ସେହିପରି ଯାତ୍ରାର ସମସ୍ତ ରୀତିନୀତି ସମୟରେ ସେବାୟତମାନେ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ପରସ୍ପର ମଧ୍ୟରେ ୬ଫୁଟର ଦୁରତା ରକ୍ଷା କରିବା ସହ ଏହି ସମୟରେ ପାନ କିମ୍ବା ଗୁଟ୍ଖା ସେବନକୁ ବାରଣ କରାଯାଇଛି । ଯାତ୍ରାର ସମସ୍ତ ନୀତିକାନ୍ତି କରିବା ପୂର୍ବରୁ ସମସ୍ତ ସେବାୟତଙ୍କର ନିୟମିତ ଥର୍ମାଲ ସ୍କ୍ରିନିଂ କରିବା ସହ ହାତକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କୋ÷ଣସି ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ସେହିପରି ଚନ୍ଦନ ଯାତ୍ରା ସମୟରେ କୋ÷ଣସି ପ୍ରକାରର ଆତସବାଜିକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି । 

Related News
satta king tw