Top Stories

Search here...

News

ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କରର ଅଫିସରେ ଆୟକର ବିଭାଗର ଚଢାଉ

Posted On - 1 minute ago
Edited By Team BbsrReporters
LAST UPDATED Jul 22, 2021 12:24 PM

ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ରହିଛି ।

 

BBSR Reporters


ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ତଥା ଖବରକାଗଜ ଗ୍ରୁପ୍ ଦୈନିକ ଭାସ୍କରର ଅଫିସ୍ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କରୋନାରେ  ସମୟରେ ଖବର ସଂଗ୍ରହ କରି ଏକ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିବା ଏହି ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡେ଼ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

ଦୈନିକ ଭାସ୍କରର ଦେଶରେ ବିଭିନ୍ନ ଶାଖା ରହିଥିବା ବେଳେ ଆୟକର କର୍ମଚାରୀମାନେ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ରହିଛି । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଦୈନିକ ଭାସ୍କରର ବିଭିନ୍ନ ଅଫିସ୍ରେ ପଶି ଚଢ଼ାଉ କରିଥିବା ଜାଣିବାକୁ ମିଳିଛି । ତେବେ ଏନେଇ ଅଧିକ ସୂଚନା ମିଳି ନ ଥିବା ବେଳେ ଆୟକର ବିଭାଗ ପକ୍ଷଣୁ ଯାଞ୍ଚ ଜାରି ରହିଛି ।
 

Related News
satta king tw