Top Stories

Search here...

News

ତହସିଲଦାରଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ମାମଲା ରୁଜୁ କଲା ପୁଲିସ 

Posted On - 1 minute ago
Edited By Team BbsrReporters
LAST UPDATED May 24, 2021 12:09 PM

ଭିଡିଓରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା  ।

 

BBSR Reporters


ଜଗତସିଂହପୁର: କରୋନା ନିୟମକୁ ଉଲଙ୍ଘନ କରି ମହିଳା ତହସିଲଦାର ନାଗିନ୍ ଡ୍ୟାନ୍ସ ନାଚୁଥିବାର ଭିଡିଓ ଭାଇରାଲ ପରେ ମାମଲା ରୁଜୁ କରିଛି ପୁଲିସ । ଜଗତସିଂହପୁର ତିର୍ତୋଲ ସରପଞ୍ଚଙ୍କ ଅଭିଯୋଗ ଆଧାରରେ ପୁଲିସ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଛି ।  ଏନେଇ ପୁଲିସ ମହିଳା ତହସିଲଦାରଙ୍କ ନା ପାଇ ନ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।  ଭାଇରାଲ ହେଉଥିବା ଭିଡିଓରେ ବାଜା ବାଜୁ ଥିବା ବେଳେ କିଛି ମହିଳା ଏବଂ ପୁରୁଷ ନାଚୁଥିବାର ଦେଖିବାକୁ ମିଳିଛି ।  କରୋନା କଟକଣାକୁ ବେଖାତିର କରି ଏମିତି ଏକ ବରଯାତ୍ରୀ ରୋଷଣୀ ଦେଖିବାକୁ ମିଳିଥିଲା ଜଗତସିଂହପୁରର ଜଗନ୍ନାଥପୁର ଗ୍ରାମରେ  । 

 

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଜଗନ୍ନାଥପୁର ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ । ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ । ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା । ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା  । ସାମାଜିକ ଦୂରତା ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇ ସମସ୍ତେ ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା ।

 

ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା ।ଖବର ପାଇ ତିର୍ତ୍ତୋଲ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମାତ୍ର କୌଣସି ଅଦୃଶ୍ୟ ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଅଭିଯୋଗ ହେଉଛି ହୋଇଛି ।

 

ଏହି ଭିଡିଓ କେହି ଉତ୍ତୋଳନ କରି ସୋଶିଆଲ ମିଡିଆରେ ଛାଡିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୁଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ଏଠାରେ ଚୁପ ରହିଲା କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ  । ସର୍ବସାଧାରଣରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି  ।
 

Related News
satta king tw