Top Stories

Search here...

News

ଜାଣନ୍ତୁ ଏସିଆର ଦ୍ୱିତୀୟ ବୃହତ କୃତ୍ରିମ ହ୍ରଦ ଜୟସମନ୍ଦ ବିଷୟରେ

Posted On - 7 minutes ago
Edited By Team BbsrReporters
LAST UPDATED May 17, 2021 02:04 PM

ଉଦୟପୁରରେ ଥିବା ଏହି ହ୍ରଦ ୯ଟି ନଦୀ ଓ ୯୯ଟି ନାଳର ପାଣି ଏହି ସହ ଜଡ଼ିତ  ।  

 

BBSR Reporters

 

ଜୟପୁର: ଐତିହାସିକ କୀର୍ତ୍ତିରାଜୀକୁ  ନେଇ ପରିଚିତ ରାଜସ୍ଥାନ ଅନେକ ପ୍ରାକୃତିକ ଶୋଭାରାଜି  । ରାଜସ୍ଥାନରେ ଉଦୟପୁରକୁ ହ୍ରଦର ସହର କୁହାଯାଉଥିବା ବେଳେ ଏଠାରେ ଏକ କୃତ୍ରିମ ହ୍ରଦ ରହିଛି ।  ଉଦୟପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୪୮ କିମି ଦୂରରେ ଥିବା ଏସିଆର ଏହି ଦ୍ୱିତୀୟ ସର୍ବବୃହତ ହ୍ରଦ ହେଉଛି ଜୟସମନ୍ଦ ଲେକ୍  । ଏହା ଢେବର ହ୍ରଦ ନାମରେ ବି ସୁପରିଚିତ  । ୧୬୮୭ରୁ ୧୬୯୧ ମଧ୍ୟରେ ତିଆରି କରାଯାଇଥିଲା ଢେବର ହ୍ରଦ  ।

 

 

ବର୍ଷା ଦିନେ ଏହି ହ୍ରଦର ପାଣି ଆରବ ସାଗରକୁ ଯାଏ  । ଏହି ହ୍ରଦର ମୂଳ ନାମ ହେଉଛି ଢେବର  । ଦୁଇଟି ପାହାଡ଼ ମଧ୍ୟରେ ଥିବା ଖାଲିସ୍ଥାନକୁ ଯୋଡ଼ି ଏହି ହ୍ରଦ ତିଆରି କରାଯାଇଛି  । ମହାରାଜା ଜୟସିଂହ ଏହି ହ୍ରଦର ନିର୍ମାଣ କରିଥିବାରୁ ପରବର୍ତ୍ତୀ ସମୟରେ ତାଙ୍କରି ନାମରେ ଏହାର ଜୟସମନ୍ଦ ନାମରେ ହେଲା ପରିଚିତ  । ମିଠାପାଣିରେ ଭରପୁର ଏହି ହ୍ରଦରେ ରହିଛି ୭ଟି ଟାପୁ  ।  ଢେବର ହ୍ରଦ ୩୬ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସାରିତ  । ଏହା ୧୪ କିମି ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ୯ କିମି ଚଉଡ଼ା  । ୯ଟି ନଦୀ ଓ ୯୯ଟି ନାଳର ପାଣି ଏହି ବୃହତ ହ୍ରଦ ସହ ଜଡ଼ିତ  ।  

 

 

ହ୍ରଦ ଉପରେ ତିଆରି ହୋଇଥିବା ବନ୍ଧ ହେଉଛି ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ  । ବନ୍ଧ ଉପରେ ତିଆରି ହୋଇଥିବ ଛତା ପର୍ଯ୍ୟଟକଙ୍କ ମନ ମୋହୁଛି  । ଢେବର ହ୍ରଦରେ ବହୁ ଚଳଚ୍ଚିତ୍ର ମଧ୍ୟ ସୁଟିଂ ହୋଇ ସାରିଛି  । ଦକ୍ଷିଣରେ ଥିବା ପାହାଡ଼ ଉପରେ ମହାରାଣା ଫତେହ ସିଂହ ନିର୍ମାଣ କରାଇଥିଲେ ଭବ୍ୟ ମହଲ  । ଏଠାରେ ତିଆରି ହୋଇଥିବା ହୱା ମହଲ ଓ ରୁଠି ରାଣୀଙ୍କ ମହଲ ଦେଶରେ ସୁପ୍ରସିଦ୍ଧ  । ଜୟସମନ୍ଦ ହ୍ରଦରେ ପ୍ରତ୍ୟେକ ବର୍ଷ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଜୟମସନ୍ଦ ହ୍ରଦ ନିକଟରେ ରହିଛି ଏକ ଅଭୟାରଣ୍ୟ  । 
 

Related News
satta king tw