Top Stories

Search here...

News

ଏମାର ମଠ ଭିତରେ ମାଟି ତଳେ ୪୭ ଖଣ୍ଡ ରୂପା ଇଟା ପୋତିଥିଲେ ମହନ୍ତ ରାମାନୁଜ ଦାସ

Posted On - 1 minute ago
Edited By Prabir Kumar
LAST UPDATED Apr 11, 2021 12:23 PM

ପ୍ରତି ଇଟାର ଓଜନ ୩୦କେଜିରୁ ଅଧିକ ବୋଲି ଜଣାପଡ଼ିଛି । ଏହି ଇଟାଗୁଡ଼ିକୁ ଓଜନ କରାଯାଇ ନୂତନ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯିବ ।

 

BBSR Reporters

 

 

ପୁରୀ: ଶ୍ରୀକ୍ଷେତ୍ର ତଥା ଓଡ଼ିଶାର ସର୍ବପୁରାତନ ଓ ସବୁଠାରୁ ଧନୀ ମଠ ଏମାର ମଠର ପରିଚାଳନା ଦାୟିତ୍ୱ ହସ୍ତାନ୍ତରକୁ ନେଇ ଲାଗିରହିଛି ବିବାଦ । ଦେବୋତ୍ତର ବିଭାଗର ନିଦେ୍ର୍ଧଶ କ୍ରମେ ମଠର ମହନ୍ତଙ୍କଠାରୁ ନୂତନ ବୋର୍ଡ ଦାୟିତ୍ୱ ନେଉଥିବା ବେଳେ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏହା ବେଆଇନ ବୋଲି କହିଛନ୍ତି । ରୂପାଇଟା ମଠ ମଧ୍ୟରୁ ଉଦ୍ଧାର କରାଯିବା ଯୋଗୁଁ ଚର୍ଚ୍ଚାରେ ଥିବା ଏମାର ମଠରୁ ଏବେ ଦେବୋତ୍ତର ବିଭାଗ ପୁଣି ୪୭ ଖଣ୍ଡ ରୂପାଇଟା ସହ ୨ଟି ରୂପାର ଗଛ ଜବତ କରିଛି । ଗଛ ଗୁଡ଼ିକର ଓଜନ ପ୍ରାୟ ୫ କିଗ୍ରା ହେବ । ଏତଦବ୍ୟତୀତ କେତେକ ରୂପା ଗିନା ଓ ତାଟିଆ ମଧ୍ୟ ଜବତ ହୋଇଛି ।

 


୨୦୧୧ ମସିହାରେ ମଠରୁ ଉଦ୍ଧାର କରାଯାଇଥିବା ୫୨୨ଖଣ୍ଡ ରୂପାଇଟା ଅଦ୍ୟାବଧି ପୁଲିସ ଆର୍ମୋରିରେ ରଖାଯାଇଥିବା ବେଳେ ୨୦୧୦ ମସିହାରେ ଏମାର ମଠକୁ ଦେବୋତ୍ତର ବିଭାଗ ପକ୍ଷରୁ ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବ ପତ୍ରକୁ ତାଲିକାଭୁକ୍ତ କରାଯାଇ ମଠରେ ରଖାଯାଇଥିଲା । ତାଲିକାରେ ୪୭ ଖଣ୍ଡ ରୂପାଇଟା ରହିଥିବା ଜଣାପଡ଼ିଛି । ମଠ ଅସୁରକ୍ଷିତ ଥିବାରୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏହାକୁ ଚଟାଣ ତଳେ ପୋତି ରଖିଥିଲେ । ଆଜି ଏହି ଇଟା ଗୁଡ଼ିକ ଜବତ କରାଯାଇଛି । ପ୍ରତି ଇଟାର ଓଜନ ୩୦କେଜିରୁ ଅଧିକ ବୋଲି ଜଣାପଡ଼ିଛି । ଏହି ଇଟାଗୁଡ଼ିକୁ ଓଜନ କରାଯାଇ ନୂତନ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯିବ । ପୁଲିସ ସହ ପ୍ରଶାସନିକ ଅଧିକାରୀମାନେ ଏହି ଇନଭେଣ୍ଟେରିରେ ସାମିଲ ହୋଇଛନ୍ତି ।
 

Related News
satta king tw