dd dd

Top Stories

Search here...

News

ସାମନାକୁ ଆସିଲା ଝରାଫୁଲ ହତ୍ୟା ମାମଲାରେ ଆଉ ଏକ ସିସିଟିଭି ଫୁଟେଜ 

Posted On - 1 day ago


 ଅର୍ଡର କରିଥିବା ବିରିୟାନୀ ଖାଇବା ମାତ୍ରେ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ ଝରାଫୁଲ


BBSR Reporters 


ଭୁବନେଶ୍ବର : ଝରାଫୁଲ ହତ୍ୟା ମାମଲାର ଧିରେ ଧିରେ ଖୋଲୁଛି ଗୁମର । ଏହି ମାମଲାରେ ଆଉ ଏକ ସିସି ଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏହା ହେଉଛି ଏକ ଫାଷ୍ଟଫୁଡ ଦୋକାନର। ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁୁ ଦେଖିବାକୁ ମିଳିଛି। 

ସୂଚନ ଅନୁସାରେ, ମଙ୍ଗଳବାର ଅପରାହ୍ନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ। ବିରିୟାନୀ ଅର୍ଡର କରିଥିଲେ ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଜୋରରେ କାନ୍ଦିବା ସହ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା। ଫଳରେ ଅଧା ଖାଇବାରୁ ଉଠି ଆସିଥିଲେ ଉଭୟ।  ଫାଷ୍ଟଫୁଡ ଦୋକାନରୁ ଉଭୟ ବାହାରି କେଉଁଆଡେ ଗାଡି ନେଇ ଚାଲିଯାଇଥିଲେ ।

ଗତ କାଲି ଯାଜପୁର ଜିଲ୍ଲା କୁଆଖିଆ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ। ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ହେଇପାରି ନାହିଁ।


 

Edit by : ଶାନ୍ତିଲତା ମିଶ୍ର

Related News
satta king tw