Top Stories

Search here...

News

ମଧ୍ୟପ୍ରଦେଶର ନୁରଜାହାନ ଆମ୍ବ ଗୋଟାକୁ ୧୦୦୦ ଟଙ୍କା

Posted On - 3 minutes ago
Edited By Team BbsrReporters
LAST UPDATED Jun 07, 2021 02:08 PM

ଏବର୍ଷ ଗୋଟିଏ ଆମ୍ବର ଓଜନ ୨ରୁ ୩.୫ କିଲୋ ହୋଇଛି ବୋଲି ଜଣେ ଚାଷୀ ଶିବରାଜ ସିଂହ ଯାଦବ କହିଛନ୍ତି ।

 

BBSR Reporters


ଇନେ୍ଦାର: ମଧ୍ୟପ୍ରଦେଶର ଅଲିରାଜାପୁର ଜିଲ୍ଲାରେ ଉତ୍ପାଦିତହେଉଥିବା ‘ନୁରଜାହାନ’ ପ୍ରଜାତିର ଆମ୍ବ ଦେଶରେ ସବୁଠୁ ମୂଲ୍ୟବାନ ବୋଲି ଜଣାପଡିଛି । ଏହି ପ୍ରଜାତିର ଗୋଟିଏ ଆମ୍ବ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା କୁହାଯାଇଛି । ଆମ୍ବର ସାଇଜ୍ ଉପରେ ଏହାର ବିକ୍ରିମୂଲ୍ୟ ଧାର୍ଯ୍ୟ କରାଯାଉଛି ବୋଲି ଜଣେ ଚାଷୀ କହିଛନ୍ତି । ଗତବର୍ଷ ତୁଳନାରେ ଏବର୍ଷ ଏହି ପ୍ରଜାତିର ଆମ୍ବ ଅଧିକ ସଂଖ୍ୟାରେଉତ୍ପାଦିତ ହୋଇଛି ।

 

 

ନୁରହାଜାନ ପ୍ରଜାତି ଆମ୍ବର ଉତ୍ପତ୍ତିସ୍ଥଳ ଆଫଗାନିସ୍ତାନ ହୋଇଥିବାବେଳେ ଭାରତରେ ଏହା କେବଳ ମଧ୍ୟପ୍ରଦେଶର ଅଲିରାଜାପୁରରେ ଉତ୍ପନ୍ନ  ହେଉଛି । ଏବର୍ଷ ଗୋଟିଏ ଆମ୍ବର ଓଜନ ୨ରୁ ୩.୫ କିଲୋ ହୋଇଛି ବୋଲି ଜଣେ ଚାଷୀ ଶିବରାଜସିଂହ ଯାଦବ କହିଛନ୍ତି । ଗତବର୍ଷ ଏହି ପ୍ରଜାତିର ଆମ୍ବ ଉତ୍ପାଦନ ସନ୍ତୋଷଜନକ ହୋଇନଥିଲେ ସୁଦ୍ଧା ଗୋଟାକୁ ୧୨୦୦ ଟଙ୍କାରେ ବିକ୍ରି କରାଯାଇଥିଲା । ଉତ୍ତମ କ୍ୱାଲିଟି ଆମ୍ବ ଖାଇବାରେ ସଉକ ରଖୁଥିବା ଲୋକେ ଏବର୍ଷ ଆଗୁଆ ବୁକିଂ କରିଛନ୍ତି ବୋଲି ନୁରଜାହାନ ଆମ୍ବ ବିଶେଷଜ୍ଞ ଇସାକ୍ ମନସୁରୀ ଜଣାଇଛନ୍ତି ।

Related News
satta king tw