Top Stories

Search here...

News

ରବି ଫସଲ କରୁଥିବା ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର

Posted On - 5 hours ago
Edited By Team BbsrReporters
LAST UPDATED Sep 09, 2021 11:59 AM

ରବି ଫସଲ ଏମ୍ଏସ୍ପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନୂଙ୍କ ଟ୍ୱିଟ୍।

 

BBSR Reporters


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବର୍ଷ ୨୦୨୨-୨୩ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଏବଂ ବୟନ ଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟି ଟଙ୍କାର ଉତ୍ପାଦନଭିତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଚାଷୀଙ୍କ କଲ୍ୟାଣକୁ ପ୍ରାଥମିକତାରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ୨୦୨୨-୨୩ ରବି ଫସଲ ପାଇଁ ସମସ୍ତ ସାମଗ୍ରୀ ଉପରେ ଏମଏସପି ବୃଦ୍ଧିକୁ ମଞ୍ଜୁର କରିଛନ୍ତି । ଏହି ନିର୍ଣ୍ଣୟ ଚାଷୀଙ୍କୁ ସେମାନଙ୍କ ସାମଗ୍ରୀର ଲାଭପ୍ରଦ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହେବ । ଗହମ, ସୋରିଷ, ଚଣା, ଡ଼ାଲି, କୁସୁମ, ଯଅ ଇତ୍ୟାଦି ଚାଷ କରୁଥିବା କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ବଡ଼ ଉପହାର । ପ୍ରଧାନମନ୍ତ୍ରୀଙ୍କ ସରକାର ଚାଷୀଙ୍କ ବିକାଶ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ ।

 

ସେହିପରି ‘ଭାରତୀୟ ବୟନ ଶିଳ୍ପ’କୁ ଆନ୍ତର୍ଜାତୀୟ ସ୍ତରର ଗୁଣାତ୍ମକ ମାନ ଏବଂ ସୁଯୋଗ ପ୍ରଦାନ କରିବା ପାଇଁ କ୍ୟାବିନେଟ୍ ବୟନ ଶିଳ୍ପ କ୍ଷେତ୍ରର ବିକାଶ ନିମନ୍ତେ ୧୦ ହଜାର ୬୮୩ କୋଟି ଟଙ୍କାର ପିଏଲଆଇ ଯୋଜନାକୁ ମଞ୍ଜୁର କରିଛନ୍ତି । ଏହି ନିଷ୍ପତି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ସହ ଭାରତୀୟ ବୟନ ଶିଳ୍ପ କ୍ଷେତ୍ର ତଥା ଓଡ଼ିଶା ସମେତ ଗୁଜୁରାଟ, ଉତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ବୁଣାକାରଙ୍କୁ ଅଭୁତପୂର୍ବ ସହଯୋଗ ପ୍ରଦାନ କରିବ । ଭାରତୀୟ ବସ୍ତ୍ରକୁ ବିଶ୍ୱସ୍ତରରେ ଖ୍ୟାତି ମିଳିବ, ରପ୍ତାନୀ ମଜବୁତ୍ ହେବ ଏବଂ ଦେଶର କପଡ଼ା ବ୍ୟବସାୟ ଏବଂ ଉତ୍ପାଦନ କ୍ଷେତ୍ରରେ ରୋଜଗାର ଏବଂ ସ୍ୱରୋଜଗାର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


 

Related News
satta king tw