Top Stories

Search here...

News

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖିବାକୁୁ ନିଷ୍ପତ୍ତି

Posted On - 2 minutes ago
Edited By Team BbsrReporters
LAST UPDATED Apr 24, 2021 02:31 PM

ବିନାଭକ୍ତରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ପ୍ରସ୍ତାବ ଦେବା ସହ ସେବାୟତଙ୍କୁ କୋଭିଡ୍ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରି ସ୍ଥଳେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଜଗନ୍ନାଥଙ୍କ  ଦର୍ଶନ ବନ୍ଦ କରାଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଶୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

 


ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦୀର ପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ ବୈଠକ ବସିଥିଲା । ବୈଠକରେ କରୋନା ସଂକ୍ରମଣ ବଢୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବୈଠକରେ ପ୍ରସ୍ତାବ ଦେଇଥିଲେ ଛତିଶା ନିଯୋଗର ସମସ୍ତ ସେବାୟତ  । ବିନାଭକ୍ତରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ପ୍ରସ୍ତାବ ଦେବା ସହ  ସେବାୟତଙ୍କୁ କୋଭିଡ୍ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ  ଦାବି କରାଯାଇଥିଲା ।
 

Related News
satta king tw