dd dd

Top Stories

Search here...

News

ପାକିସ୍ତାନରେ ପୋଲିଓ ଟୀକାକରଣ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ; ଜଣେ ସୁରକ୍ଷାକର୍ମୀ ମୃତ

Posted On - 1 day ago


ଖେବର-ପାଖନଖୱା ପ୍ରଦେଶର  କରକ ଜିଲ୍ଲାର ଲତମ୍ବର ଅଞ୍ଚଳରେ ଅଜଣା ବନ୍ଧୁକଧାରୀମାନେ ଏହି ଟିମ୍ ଉପରେ ଆକ୍ରମଣ କରିଥିବା ଜଣାପଡିଛି ।

 

BBSR Reporters

 

ଉତ୍ତର-ପଶ୍ଚିମ ପାକିସ୍ତାନରେ ମଙ୍ଗଳବାର ଦିନ ପୋଲିଓ ଟୀକାକରଣ ଟିମ୍ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଖେବର-ପାଖନଖୱା ପ୍ରଦେଶର  କରକ ଜିଲ୍ଲାର ଲତମ୍ବର ଅଞ୍ଚଳରେ ଅଜଣା ବନ୍ଧୁକଧାରୀମାନେ ଏହି ଟିମ୍ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ପୋଲିସ କର୍ମୀ ଏହି ଟିମର ସୁରକ୍ଷା ଦାୟିତ୍ବରେ ଥିଲେ ତେଣୁ ଗୁଳି ବିନିମୟ ସମୟରେ ଏହି  ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । 

 


ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶରେ ବର୍ତ୍ତମାନ ପୋଲିଓ ମହାମାରୀ ଏବେବି ଲାଗି ରହିଛି । ପୂର୍ବରୁ ମଧ୍ୟ ଟୀକାକରଣକୁ ନେଇ ଆତଙ୍କବାଦୀ ବାଧା ସୃଷ୍ଟି କରିଛନ୍ତି । ସେମାନେ ଏହା ଆରୋପ କରିଛନ୍ତି ଯେ ଟୀକାକରଣ ଅଭିଯାନ ଯୋଗୁଁ ପାଶ୍ଚ୍ୟାତ୍ୟ ଗୁପ୍ତଚର ମାନଙ୍କୁ ସାହାଯ୍ୟ ମିଳୁଛି ।  ଆମେରିକା କମାଣ୍ଡୋମାନେ ୨୦୧୧ ମସିହାରେ ପାକିସ୍ତାନରେ ଆନ୍ତର୍ଜାତୀୟ ଆତଙ୍କବାଦୀ ତଥା ଅଲକାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ହତ୍ୟା କରିଥିଲେ । ପରେ ଜଣାପଡ଼ିଥିଲା ଯେ ଆମେରିକାର ଗୁପ୍ତଚର ଏଜେନ୍ସି  ସିଆଇଏ ଲାଡେନକୁ ଧରିବା ପାଇଁ ଏକ ନକଲି ହେପାଟାଇଟସ ଟିକାକରଣ ଅଭିଯାନ କରିଥିଲା । ଏହା ପ୍ରକାଶ ପରେ ପାକିସ୍ତାନରେ ଟୀକାକରଣ ଅଭିଯାନ ଉପରେ ଆକ୍ରମଣ ବୃଦ୍ଧି ପାଇଥିଲା ।ପାକିସ୍ତାନର ପୋଲିଓ ବିରୋଧୀ ସପ୍ତାହର ଦ୍ଵିତୀୟ ଦିନରେ ଏହି ଆକ୍ରମଣ ହୋଇଛି । ଦେଶରେ ୪ କୋଟି ପିଲାଙ୍କୁ ଟୀକାକରଣ ପାଇଁ ସୋମବାର ଦିନ ଏକ ପାଞ୍ଚ ଦିନିଆ ଜାତୀୟ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । 

 

ବିଶେଷ କରି ପାକିସ୍ତାନର ଆଦିବାସୀ ଅଞ୍ଚଳରେ WHO ପୋଲିଓ କ୍ୟାମ୍ପ ଉପରେ ଆକ୍ରମଣ ଜାରି ରହିଛି । ପାକିସ୍ତାନ ଏହି ରୋଗରେ ପୀଡିତ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) ସାହାଯ୍ୟ କରିବା ପାଇଁ କଠୋର ପଦକ୍ଷେପ ନେଉଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ପ୍ରତିରୋଧରେ ବାଧା ସୃଷ୍ଟି କରୁଛନ୍ତି । ଗତ କିଛି ବର୍ଷ ହେବ ତାଲିବାନ ଆତଙ୍କବାଦୀ ମାନେ ପୋଲିଓ ଟିକା ଶିବିର ଉପରେ ଆକ୍ରମଣ କରିଆସୁଥିଲେ । ସେମାନେ ଏହା ଅଭିଯୋଗ କରୁଛନ୍ତି ଯେ ଟୀକାକରଣକାରୀ ମାନେ ପାକିସ୍ତାନ ବାସୀଙ୍କୁ ନପୁଂସକ କରିବା ପାଇଁ "ପାଶ୍ଚାତ୍ୟ  ଷଡ଼ଯନ୍ତ୍ର" କରୁଛନ୍ତି । ତେବେ ଏହା ସମ୍ପୂର୍ଣ ଭିତ୍ତିହୀନ କହିବା ସହ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପାକିସ୍ତାନ ସରକାରଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି । 


Edit by: ଅନୁପମା ମଲ୍ଲିକ

Related News
satta king tw