Top Stories

Search here...

News

ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

Posted On - 2 minutes ago
Edited By Team BbsrReporters
LAST UPDATED Oct 06, 2021 06:31 PM

ରାଜ୍ୟରେ ଏକ କରୋନା ତଳମୁହାଁ ଥିଲେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ  । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମ୍ସି  । ସଂପୃକ୍ତ ଅଞ୍ଚଳରୁ କେହି ଆସିପାରିବେନି ବା ସେଠାକୁ ଯାଇପାରିବେନି  ନାହିଁ ବୋଲି କୁହାଯାଇଛି ।


ବିଏମସି ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆବଶ୍ୟକ ସ୍ଥଳେ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ କୁହାଯାଇଛି । ରାଜ୍ୟରେ ଏକ କରୋନା ତଳମୁହାଁ ଥିଲେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । 

 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଅଛି ଶୀତ ଦିନ  । ତେଣୁ ଭିଡ଼ ବଢ଼ିବା ଆଶଙ୍କାରେ ଏବେଠୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଲାଣି ବିଏମ୍ସି । ୧୦ ତାରିଖରୁ ଭୁବନେଶ୍ୱରରେ ନାଇଟ୍ କଫୁ୍ୟ ଲାଗୁ ହେବ । ରାତି ୮ ଟାରୁ ସକାଳ ଯାଏ କେହି ବାହାରେ ବୁଲିପାରିବେ ନାହିଁ ବୋଲି କୁହାଯାଇଛି ।

Related News
satta king tw