Top Stories

Search here...

News

ଲକଡାଉନ ଯୋଗୁ ଉତ୍ତର ପ୍ରଦେଶରୁ ଦେଖାଯାଉଛି ହିମାଳୟ ପାହାଡ

Posted On - 14 minutes ago
Edited By Team BbsrReporters
LAST UPDATED May 22, 2021 12:39 PM

କରୋନା କଟକଣା ଯୋଗୁ ଗାଡ଼ିମଟର ଚଳାଚଳ କମ୍ ଥିବାରୁ ଦେଶରେ ସ୍ୱଚ୍ଛ ବାୟୁ ପ୍ରବାହିତ ହେଉଛି, ଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

 

BBSR Reporters

 

ଲକ୍ଷ୍ନୌ : କରୋନା ସଂକ୍ରମଣ ବ୍ୟାପୁଥିବା ଯୋଗୁ ବିଭିନ୍ନ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକେ ଘରେ ସମୟ ବିତାଉଛନ୍ତି  । ଏହାରି ଭିତରେ ଲକଡାଉନର ଏକ ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି  । କରୋନା କଟକଣା ଗାଡ଼ିମଟର ଚଳାଚଳ କମ୍ ଥିବାରୁ ଦେଶରେ ସ୍ୱଚ୍ଛ ବାୟୁ ପ୍ରବାହିତ ହେଉଛି  । ବାୟୁ ଠାରୁ ଆରମ୍ଭ କରି ଶବ୍ଦ ଓ ଜଳ ପ୍ରଦୂଷଣ କମିଛି  । ଏପରି ଉତ୍ତର ପ୍ରଦେଶରୁ ପୁଣି ଦିଶୁଛି ହିମାଳୟର ବରଫାବୃତ ପାହାଡ଼  ।

 

ଆଇଏଫଏମ ଅଧିକାରୀ ରମେଶ ପାଣ୍ଡେ ଟ୍ୱିଟରରେ ବରଫାବୃତ ପାହାଡର ଏକ ଫଟୋ ସେୟାର କରିଛନ୍ତି  । ସେ ତାଙ୍କ ଚିତ୍ର ମାଧ୍ୟରେ କହିଛନ୍ତି ଉତ୍ତର ପ୍ରଦେଶ ସହାରନପୁରରୁ ହିମାଳୟର ବରଫ ପାହାଡ ଦେଖାଯାଉଛି  । ବର୍ଷା ପରେ ଆକାଶ ପୂରା ସ୍ୱଚ୍ଛ ହୋଇଯାଇଛି ଏବଂ ଏକ୍ୟୁଆଇ ପାଖାପାଖି ୮୫ ରହିଛି  । ଏହି ଫଟୋ କ୍ଲିକ୍ କରିଛନ୍ତି ଡକ୍ଟର ବିକେ ବାନାର୍ଜୀ  । 


କେବଳ ସହାରନପୁରରୁ ନୁହେଁ ପଞ୍ଜାବର ଜଳନ୍ଧର ଠାରୁ ହିମାଳୟର ଧୌଲାଧାର ରେଞ୍ଜ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି  । ଗତ ବର୍ଷ ଲକଡାଉନରେ ପାଗ ଏତେ ସ୍ୱଚ୍ଛ ଥିଲା ଯେ ଲୋକେ ଦିଲ୍ଲୀ ଏନସିଆରରେ ନୀଳ ଆକାଶ ଦେଖିବାକୁ ପାଇଥିଲେ  । କାରଣ ବାୟୁ ପ୍ରଦୂଷଣ ପାଇଁ ସେଠାରେ ଖୋଲା ଆକାଶ ଦେଖିବା ଏକ ପ୍ରକାର ସ୍ୱପ୍ନ ହୋଇଯାଇଥିଲା । ଏହା ବ୍ୟତୀତ ଶୂନଶାନ ସଡ଼କରେ କିଛି ଜଙ୍ଗଲୀ ଜନ୍ତୁ ଯିବାଆସିବାର ଦୃଶ୍ୟମ ମଧ୍ୟ ଦେଖିବାକୁ ମିଳିଥିଲା  ।

ସୁଚନାଯୋଗ୍ୟ କରୋନା ସଙ୍କଟ ମଧ୍ୟରେ ତିନି ଗୁଣା ଅଧିକ ସଚେତନ ହୋଇଛନ୍ତି ଭାରତୀୟ  । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ ସର୍ଚ୍ଚ କରିବା ସହ ଅଧ୍ୟୟନ ଜାରି ରଖିଛନ୍ତି  । ବିଭିନ୍ନ ପ୍ରଜାତିର ଉଦ୍ଭିଦ, ଗୁଳ୍ମ ଓ ପ୍ରାଣୀ ସମ୍ପର୍କରେ ଜାଣିବା ପାଇଁ ଦୁଇ ଗୁଣା ଅଧିକ ଚିନ୍ତା କରୁଛନ୍ତି ଲୋକେ  । ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପ୍ରସଙ୍ଗରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୧୬ ରୁ ୨୦୨୦ ମଧ୍ୟରେ ସାରା ବିଶ୍ୱରେ ପର୍ଯ୍ୟାବରଣରକୁ ନେଇ ଚିନ୍ତା କରୁଥିବା ନାଗରିକଙ୍କ ସଂଖ୍ୟା ୧୬% ବୃଦ୍ଧି ପାଇଛି ।
 

Related News
satta king tw