Top Stories

Search here...

News

 ରିଲିଜ୍‍ ହେଲା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 07:14 PM

ଏହି ଗୀତରେ ପ୍ରଥମ ଥର ପାଇଁ ବିଜେଡି ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି।

 

BBSR Reporters


ରିଲିଜ୍‍ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’। ଏହି ଗୀତରେ ପ୍ରଥମ ଥର ପାଇଁ ବିଜେଡି ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। ସଙ୍ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଓଡ଼ିଶାର ନିର୍ମାତା  ବିଜୁ ପଟ୍ଟନାୟକଙ୍କ ବୀରତ୍ୱ, ଆଦର୍ଶ ଓ ସାହସିକତାକୁ ସଙ୍ଗୀତରେ ଦର୍ଶାଯାଇଛି।


ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି। ଏହି ଗୀତର ଟିଜର ସୋସିଆଲ ମିଡିଆରେ ବେଶ୍‍ ପ୍ରଶଂସା ସାଉଁଟି ଥିବା ବେଳେ ଗୀତଟି ମଧ୍ୟ ରିଲିଜ୍‌ ହେବା ମାତ୍ରେ ଦର୍ଶକଙ୍କ ଆଦୃତ ହେଉଥିବା ଦେଖାଯାଇଛି।


ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ଏହି  ସଂଗୀତ ଜନସାଧାରଣଙ୍କ ମନକୁ ଛୁଇଁବ ବୋଲି ଗୀତିକାର ତପୁ ନାୟକ କହିଛନ୍ତି। ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ।  ଏଥିରେ ବିଜେଡି ନେତା ତଥା  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାର କାନ୍ତି ବେହେରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ରଜ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ଦେଖିବାକୁ ମିଳିବ । 

Related News
satta king tw