Top Stories

Search here...

News

ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ: ସିଏଚଏସଇ

Posted On - 1 minute ago
Edited By Team BbsrReporters
LAST UPDATED Jun 20, 2021 01:45 PM

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତିି ।

 

BBSR Reporters


ଭୁବନେଶ୍ୱର: ଯୁକ୍ତ ୨  ପରୀକ୍ଷା ବାତିଲ କରାଯାଇଥିବା ବେଳେ  ମୂଲ୍ୟାୟନ ନେଇ ନିଷ୍ପତ୍ତି ହୋଇଛି । ଦଶମ ଶ୍ରେଣୀ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ କରାଯିବା ନେଇ ଘୋଷଣା ହୋଇଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ବେଳେ  ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କହିଛନ୍ତିି ।

 

ତାଙ୍କ କହିବା ମୁତାବକ, ସାଧାରଣତଃ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ  । କିନ୍ତୁ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ  । ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ଏପରିକି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର ମଧ୍ୟ ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।

 

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା  । ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରିତ ହୋଇସାରିଥିବା ବେଳେ ସ୍ଥିର ହୋଇ ପାରୁନଥିଲା ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ତିନି ଥର ଉଚ୍ଚସ୍ତରୀୟ ବୈଠକ ପରେ ଶେଷରେ ଏନେଇ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଥିଲା । 
 

Related News
satta king tw