Top Stories

Search here...

News

ରାଜଧାନୀରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ; ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କଲା ପୁଲିସ 

Posted On - 3 minutes ago
Edited By Team BbsrReporters
LAST UPDATED Jun 19, 2021 05:18 PM

ଅଭିଯୁକ୍ତ ଛାତ୍ର ବ୍ରାଉନ ସୁଗାର ଦେବାକୁ ଏକ ସ୍କୁଟିରେ ବାଲେଶ୍ୱରରୁ ଭୁବନେଶ୍ୱର ଆସିଥିଲେ । 

 

BBSR Reporters


ଭୁବନେଶ୍ୱର: କିଛି ଦିନର ବ୍ୟବଧାନରେ ପୁଣି  ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ବଡଗଡ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ଅଞ୍ଚଳରେ କମିଶନରେଟ ପୁଲିସର କୁ୍ୟଏଟି ଓ ବଡଗଡ ପୁଲିସ ମିଳିତ ଭାବେ ଚଢାଉ କରି ପ୍ରାୟ ୫୭୭. ୬୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡବଜାର ଅଞ୍ଚଳର ବିଟୁ ଖାନ୍ । ତେବେ ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ  ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି ।  ଏହି କାରବାରରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ସଂପୃକ୍ତି ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ଧରିବାକୁ ଚଢାଉ ଜାରି ରହିଛି ।

 


ସୂଚନା ଅନୁଯାୟୀ, ବାଲେଶ୍ୱର ଅଞ୍ଚଳରୁ ବ୍ୟାପକ ପରିମାଣର ବ୍ରାଉନସୁଗାର ଭୁବନେଶ୍ୱରକୁ ଚାଲାଣ ନେଇ କୁ୍ୟଏଟି ନିକଟରେ ଖବର ପଁଚିଥିଲା । କୁ୍ୟଏଟି ଓ ବଡଗଡ ଥାନା ପୋଲିସ ବଡଗଡ ବ୍ରିଟ କଲୋନୀ ଚାରିଛକ ଅଞ୍ଚଳରେ ଗୁରୁବାର ସଂଧ୍ୟ୍ୟାରେ ଜାଲ ବିଛାଇଥିଲେ । ଅଭିଯୁକ୍ତ ବିଟୁ ଏକ ସ୍କୁଟିରେ ପହଁଚିବା ପରେ ପୁଲିସ ତାଙ୍କୁ ରିପଟୁ ଘେରି କାବୁ କରିନେଇଥିଲା । ତାଙ୍କୁ ଯାଞ୍ଚ କରିବାରୁ  ତାଙ୍କ ନିକଟରୁ ୫୭୭.୬୬ ଗ୍ରାମ ବ୍ରାଉନସୁଗାର ବାହାରିଥିଲା । ପୁଲିସ ବ୍ରାଉନ ସୁଗାର ସହ ଏକ ମୋବଇଲ ଓ ଏଟିଏମ ସମେତ ଚୋରା  କାରବାରରେ ବ୍ୟବହୃତ ଉକ୍ତ ସ୍କୁଟିକୁ ଜବତ କରିଥିଲା । ଏ ନେଇ ବଡଗଡ ପୁଲିସ ଏନଡିପିଏସ୍ ଆକ୍ଟରେ ଏକ ମାମଲା(୨୧୭/୨୧) ରୁଜ କରି ଅଧିକ ତଦନ୍ତ ଚଳାଇଛି ।  

 

 

ଅଭିଯୁକ୍ତ  ବିଟୁଙ୍କୁ ପଚରା ଉଚରା ବେଳେ ଏହି କାରବାରରେ ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସକୁ ସୁରାଗ ମିଳିଛି । ବିଟୁ ପାଠ ପଢିବା ସହ ମାଛ ବେପାର କରୁଥିବା ବେଳେ ପ୍ରଥମ ଥର କିଙ୍ଗପିନ ଇସାରାରେ ଏହି କାରବାରରେ ସଂପୃକ୍ତ ହୋଇଥିବା ପଚରାଉଚରା ବେଳେ ପୁଲିସକୁ କହିଛି ।  ସେ ବାଲେଶ୍ୱରରୁ ବ୍ରାଉନ ସୁଗାର ନେଇ ଏଠାକୁ ଦେବାକୁ ଆସୁଥିବା ପୁଲିସ ସମ୍ମୁଖରେ ମାନିଛି । ଏଥିସହ ରାଜଧାନୀରେ ଅଭିଯୁକ୍ତ କିଙ୍ଗିପନ୍  କିଛି ଇଞ୍ଜିନିୟରିଂ ଛାତ୍ରଙ୍କ ମାଧ୍ୟମରେ ଏହି କାରବାର ଚଳାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ବିଟୁଙ୍କୁ ପଚରା ଉଚରା ପରେ ଶୁକ୍ରବାର କୋର୍ଟ •ଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବାରୁ ବି•ର ବିଭାଗୀୟ  ହାଜତକୁ ପଠାଇଦିଆଯାଇଛି । ତେବେ ଏହି କାରବାରରେ ସଂପୃକ୍ତ କିଙ୍ଗପିନଙ୍କୁ ଧରିବା ନେଇ ପୁଲିସର ଚଢାଉ ଜାରି ରହିଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି ।

Related News
satta king tw