Top Stories

Search here...

News

ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଟଙ୍କାରୁ ୧୧ହଜାର ଟଙ୍କା ଦାନ କଲା ୬ ଶିଶୁ

Posted On - 1 minute ago
Edited By Team BbsrReporters
LAST UPDATED May 12, 2021 05:12 PM

ଛୋଟ ପିଲାର ଏହି ସାହାଯ୍ୟ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପ୍ରେରଣଶ ଯୋଗାଇବ ବୋଲି କମିଶନର କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ୬ ବଷୟର ଶିଶୁ ଦେବଙ୍କ ଅଗ୍ରୱାଲ । ଅବିଭାବକଙ୍କ ସହ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କକୁ ଏହି ଟଙ୍କା ଦାନ କରିଛନ୍ତି ଦେବଙ୍କ  । ଏହି ଟଙ୍କା ମୁଖ୍ୟତଃ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଦାନ କରିଥିବା ଦେବଙ୍କ କହିଛନ୍ତି   ।

 

ଦେବଙ୍କର ବୟସ ବର୍ତ୍ତମାନ ୬ବର୍ଷ  । ସେ ପ୍ରଥମ ଶ୍ରେଣୀରେ ପଢୁଛି  । ଦେବଙ୍କର କହିବା କଥା କି ପୁଲିସ ଏହି କରୋନା ସମୟରେ ରାସ୍ତା ଉପରେ ଡ୍ୟୁଟି କରି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି  । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ତେବେ ଜଣେ କୁନି ପିଲାରେ ଏଭଳି ଚିନ୍ତାଧାରକୁ ପ୍ରଶଂସା କରିଛନ୍ତି ପୁଲିସ କମିସନର । ଛୋଟ ପିଲାର ଏହି ସାହାଯ୍ୟ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପ୍ରେରଣା  ଯୋଗାଇବ ବୋଲି କମିଶନର କହିଛନ୍ତି ।

Related News
satta king tw