Top Stories

Search here...

News

କରୋନା ମୁକାବିଲା ପାଇଁ ୧୧ କୋଟି ଟଙ୍କା ସଂଗ୍ରହ କଲେ ବିରୁଷ୍କା

Posted On - 1 minute ago
Edited By Team BbsrReporters
LAST UPDATED May 13, 2021 01:34 PM

ମେ ୭ ତାରିଖରେ ବିରୁଷ୍କାଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ୩.୬୦ କୋଟି ଟଙ୍କାର ଅର୍ଥରାଶି ସଂଗୃହୀତ ହୋଇଥିଲା ।

 

BBSR Reporters

 

ନୂଆଦିଲ୍ଲୀ: ସେଲିବ୍ରିଟି ଦମ୍ପତ୍ତି ବିରୁଷ୍କା କରୋନା ମୁକାବିଲା ପାଇଁ ୧୧ କୋଟିର ସହାୟତା ରାଶି ସଂଗ୍ରହ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପକ୍ଷରୁ ଏହି ମହତ ଅଭିଯାନ ଆରମ୍ଭ କରାଯାଇଥିଲା । କେଟୋ ଜରିଆରେ ଉଭୟ ବିରାଟ ଏବଂ ଅନୁଷ୍କା ଏହି ଅଭିଯାନ ଆରମ୍ଭ କରିବା ସହିତ ମାତ୍ର ଦୁଇଦିନ ମଧ୍ୟରେ ୧୧ କୋଟି ଟଙ୍କା ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି । 

 


କୋଭିଡ୍ ସହାୟତା ପାଇଁ ୭ କୋଟି ଟଙ୍କାର ଅର୍ଥରାଶି ସଂଗ୍ରହ ଲକ୍ଷ୍ୟରେ ସେମାନଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ବୁଧବାର ଏମପିଏଲ ସ୍ପୋର୍ଟସ୍ ପକ୍ଷରୁ ୫ କୋଟି ଟଙ୍କାର ସହାୟତା କରାଯିବା ସହିତ ସମୁଦାୟ ୧୧ କୋଟିର ଅର୍ଥରାଶି ସଂଗୃହୀତ ହୋଇଥିଲା । ମେ ୭ ତାରିଖରେ ବିରୁଷ୍କାଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଥମ ଦିନରେ ୩.୬୦ କୋଟି ଟଙ୍କାର ଅର୍ଥରାଶି ସଂଗୃହୀତ ହୋଇଥିଲା । ବିରାଟ-ଅନୁଷ୍କା ନିଜ ପକେଟ୍ରୁ ୨ କୋଟି ଟଙ୍କା ଦାନ କରିଥିଲେ ।  ସଂଗୃହୀତ ଅର୍ଥରାଶି ଏସିଟି ଗ୍ରାଣ୍ଟସ୍କୁ ଯିବ । ଏସିଟି ଗ୍ରାଣ୍ଟସ୍ ଦେଶରେ କରୋନା ମୁକାବିଲାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଅମ୍ଲଜାନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

 

ଏମ୍ପିଏଲ୍ ସ୍ପୋର୍ଟସ୍ ପକ୍ଷରୁ ୫ କୋଟିର ସହାୟତା ମିଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି ଏମ୍ପିଏଲ୍ ସ୍ପୋର୍ଟସ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧନ୍ୟବାଦ ଏମ୍ପିଏଲ୍ ସ୍ପୋର୍ଟସ । କୋଭିଡ୍-୧୯ ମୁକାବିଲାରେ ଆପଣଙ୍କର ଏହି ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ଆପଣଙ୍କ ସହାୟତାରେ ଆମର ଲକ୍ଷ୍ୟ ପୂରଣ ହେବା ସହିତ ୧୧ କୋଟିର ଅର୍ଥରାଶି ସଂଗୃହୀତ ହୋଇଛି । ଆପଣଙ୍କର ଏହି ସହାୟତା ପାଇଁ ଅନୁଷ୍କା ଏବଂ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି ।
 

Related News
satta king tw