Top Stories

Search here...

News

ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ୮୫୦୦ କୋଟି ପ୍ୟାକେକ ଘୋଷଣାକୁ ନେଇ ପଶ୍ନ ଉଠାଇଲା ବିଜେପି 

Posted On - 2 minutes ago
Edited By Team BbsrReporters
LAST UPDATED Jun 17, 2021 05:31 PM

ଏହି ବିପୁଳ ଅର୍ଥ ଅତୀତର ନା ବର୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

 

BBSR Reporters


ଭୂବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ପାଇଁ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ବିପୁଳ ଅର୍ଥ ଅତୀତର ନା ବର୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ ? ଏତେ ବିପୁଳ ପରିମାଣ ଅର୍ଥର ବ୍ରେକ୍ଅପ୍ ତଥା ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସିଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ନିହାତି ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନିଜ ସ୍ୱପ୍ନରେ ଏଭଳି ଦେଖିଥିବେ ମାତ୍ର ବାସ୍ତବରେ ଏଭଳି କୈାଣସି ଚିତ୍ର ଦେଖିବାକୁ ମିଳୁନାହିଁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି । 

 

ଓଡିଶାର ସ୍ୱାସ୍ଥୀ ଭିତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଭଳି ଘୋଷଣା କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ଲହର ପରିଚାଳନରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଡାକ୍ତର ଅଭାବ, କୋଭିଡ୍ ପରିଚାଳନରେ ବିଫଳତା, କୋଭିଡ୍ ପୀଡିତ ଏବଂ ମୃତୁ୍ୟ ସଂଖ୍ୟା ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଧୂଆଁବାଣ । ଏଭଳି ଘୋଷଣା କରି ରାଜ୍ୟ ସରକାର ନିଜ ବିଫଳତାକୁ ଲୁଚାଇବାକୁ “ଡାଇଭର୍ଟ  ଷ୍ଟ୍୍ରାଟେଜୀ” ଆପଣାଇଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । 

 

ସହରାଂଚଳ ସମେତ ଗ୍ରାମାଂଚଳରେ ମଧ୍ୟ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଭିତିଭୁମି ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି । ରାଜ୍ୟରେ କୋଭିଡ୍ ପରିଚାଳନା ସଂପୂର୍ଣ୍ଣ ଭାବେ ବେସରକାରୀ ଡାକ୍ତରଖାନା ଏବଂ ବିଭିନ୍ନ ରାଷ୍ଟ୍ରାୟତ କଂପାନୀମାନଙ୍କ ସହଯୋଗରେ ପରିଚାଳିତ ହେଉଛି । ରାଜ୍ୟ ସରକାରଙ୍କ ଭୂମିକା କଣ ରହିଛି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । 

 

ାଜ୍ୟ ସରକାରଙ୍କ ଡାକ୍ତରଖାନରେ ଶଯ୍ୟା, ଅକ୍ସିଜେନ, ଭେଂଟିଲେଟର, ଡାକ୍ତର, ନର୍ସ, ଔଷଧ ଆଦିର ବ୍ୟାପକ ଅଭାବ ରହିଛି । ସ୍ୱାସ୍ଥ୍ୟସେବା ଭିତିଭୂମିକୁ ଲୁଚାଇବା ପାଇଁ କୋଭିଡ୍ ମୃତୁ୍ୟ ସଂଖ୍ୟା କମ୍ ଦର୍ଶାଉଛନ୍ତି । ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟରେ ଏହା ଅତ୍ୟନ୍ତ ମନ୍ଥର ଗତି ଦେଇ ଗତି କରୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

 

 ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସର୍ବମୋଟ ଯୋଗଦାନ ୫୦୦ କୋଟି ଟଙ୍କାରୁ ଅଧିକ ନୁହେଁ । ରାଜ୍ୟରେ ନିର୍ମିତ ସମସ୍ତ ମେଡିକାଲ କଲେଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦–୫୦ ସହଭାଗିତା ଆଧାରରେ ପ୍ରତିଷ୍ଠା ହେଉଛି । ତଥାପି ନିର୍ମାଣ କାର୍ଯ୍ୟ ସମାପ୍ତ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । 

 

ରାଜ୍ୟସରକାରଙ୍କ କୈାଣସି ମେଡିକାଲ କଲେଜ କିମ୍ବା ଡାକ୍ତରଖାନାରେ ନିଜସ୍ୱ ଅକ୍ସିଜେନ ପ୍ଲାଂଟ ନାହିଁ । ନିଜ ରାଜ୍ୟରେ ଅକ୍ସିଜେନ ଅଭାବ କାରଣରୁ କୋଭିଡ୍ ରୋଗୀ ମୃତୁ୍ୟବରଣ କରୁଥିବାବେଳେ ଅନ୍ୟ ରାଜ୍ୟକୁ ଅମ୍ସିଜେନ ଦେଇ ମୁଖ୍ୟମନ୍ତ୍ରୀ କେବଳ ବାଃ ବାଃ ସାଉଁଟିବାରେ ବ୍ୟସ୍ତ ଥିଲେ । ଟେକ୍ନିକାଲ ଷ୍ଟାଫ ଅଭାବ କାରଣରୁ ବହୁ ଭେଂଟିଲେଟର ଅଚଳ ହୋଇ ପଡି ରହିଥିବା ପରିଲକ୍ଷିତ ହୋଇଛି ଏବଂ ଏହି କାରଣରୁ ବହୁ ଅମୂଲ୍ୟ ଜୀବନ ହାନି ଘଟିଛି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । 

 

କେବଳ ୮୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କେବଳ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ରାଜ୍ୟବାସିଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ହସ୍ପିଟାଲ ନିର୍ମାଣ; ଅକ୍ସିଜେନ ପ୍ଲାଂଟ ସ୍ଥାପନ; ନୂତନ ଭେଂଟିଲେଟର କ୍ରୟ; ଡାକ୍ତର, ନର୍ସ, ଟେକି୍ନକାଲ ଷ୍ଟାଫ ନିଯୁକ୍ତି ଆଦି କେଉଁ ଭିତିଭୂମି ପାଇଁ କେତେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ? ଏହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ତୁରନ୍ତ ଦେବା ନିହାତି ଆବଶ୍ୟକ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।  
 

Related News
satta king tw