Top Stories

Search here...

News

ମିଠା ଷ୍ଟଲରେ ବିଏମସିର ଚଢାଉ

Posted On - 7 hours ago
Edited By Team BbsrReporters
LAST UPDATED Nov 02, 2021 08:27 PM

ପରୀକ୍ଷା ପାଇଁ ପଠାଗଲା ଖାଦ୍ୟ ନମୂନା l 

 

 

BBSR Reporters

 


ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପରିମଳକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ କରାଯାଇଛି । ଦୀପାବଳି ଉପଲକ୍ଷେ ବିଏମସି ପକ୍ଷରୁ ଖାଦ୍ୟ ସୁରକ୍ଷା ଗାର୍ଡ ବିଭିନ୍ନ ସ୍ଥାନରେ ଯା କରୁଛନ୍ତି । ଖାଦ୍ୟ ସମ୍ବନ୍ଧୀୟ ନିୟମାବଳୀକୁ କଡାକଡି ପାଳନ କରିବା ଏବଂ ଖାଦ୍ୟ ଷ୍ଟଲଗୁଡିକରେ ହଠାତ୍ ପରିଦର୍ଶନ କରିବା ପାଇଁ ବିଏମସି ଖାଦ୍ୟ ସୁରକ୍ଷା ଗାର୍ଡଙ୍କୁ ମୁତୟନ କରିଛି ।  

 

 

ଆଜି ଖାଦ୍ୟ ସୁରକ୍ଷା ଦଳ ସୁର୍ଯ୍ୟନଗର, ଖଣ୍ଡଗିରି, ସିଆରପିଏଫ୍ ଏବଂ ଜୟଦେବହାର ଅଞ୍ଚଳରେ ଚାରିଟି ମିଠା ଦୋକାନରେ ଚଢାଉ କରିଛନ୍ତି ।  ଖାଦ୍ୟ ସୁରକ୍ଷା ଟିମ୍ ଦୋକନ ଗୁଡିକର ପରିମଳ ବ୍ୟବସ୍ଥା, ପ୍ୟାକେଜିଂ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛି । ଚଢାଉ କରି ଏହି ଟିମ୍ ଆଠଟି ମିଠା ତଥା ଖାଦ୍ୟର ନମୂନା ସଂଗ୍ରହ କରିବା ସହ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଇଛି । ରିପୋର୍ଟ ଆସିବା ପରେ ପରବ ର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Related News
satta king tw