Top Stories

Search here...

News

ଜଳବାୟୁ ପରିବର୍ତ୍ତନ ନେଇ ମୋଦୀଙ୍କ ପଞ୍ଚସୂତ୍ରୀ ଫର୍ମୁଲା, ଭାରତ ୪୫% ରୁ କମ କରିବ କାର୍ବନ ସ୍ତର

Posted On - 4 hours ago
Edited By Team BbsrReporters
LAST UPDATED Nov 02, 2021 03:25 PM

ଏହି ସମୟ ମଧ୍ୟରେ ୧ ବିଲିୟନ ଟନ୍ କାର୍ବନ ନିର୍ଗମନ କମ୍ କରିବ ଭାରତ, ଯାହା କାର୍ବନ ସ୍ତରକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିପାରିବ । ୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

 

BBSR Reporters

 

 

ନୂଆଦିଲ୍ଲୀ: ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ନେଇ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯାଇନାହିଁ  । ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ଅନେକ ଯୋଜନା କରୁଛି l ହେଲେ ସଫଳ ହୋଇନାହିଁ।

 

 

ଜଳବାୟୁ ପରିବର୍ତ୍ତନ ନେଇ ଗ୍ଲାସଗୋ ସମ୍ମିଳନୀରେ ଦୁନିଆକୁ ଭାରତର ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଜଳବାୟୁ ପରିବର୍ତ୍ତନ ନେଇ ଭାରତ ପକ୍ଷରୁ ସେ ପଞ୍ଚସୂତ୍ରୀ ଫର୍ମୁଲା ରଖିଛନ୍ତି । ମୋଦୀ କହିଛନ୍ତି ଯେ, କାର୍ବନ ସ୍ତରକୁ ୪୫ ପ୍ରତିଶତରୁ କମ୍ କରିବାକୁ ଭାରତ ଉଦ୍ୟମ କରୁଛି । ଭାରତ ଭଳି ବିକାଶଶୀଳ ଦେଶ, କୋଟି କୋଟି ଲୋକଙ୍କ ଦାରିଦ୍ର୍ୟ ଦୂର କରିବାକୁ ଉଦ୍ୟମ ଚଳାଇଥିବା ସତ୍ତ୍ବେ ବି ପରିବେଶ ସୁରକ୍ଷା ପାଇଁ ଦେଶ ପ୍ରତିବଦ୍ଧତା ଦେଖାଇ ଆସିଛି ।

 

କୋପ୍-୨୬ ବିଶ୍ୱ ନେତାଙ୍କ ସମ୍ମଳନୀରେ ମୋଦୀ କହିଛନ୍ତି, ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ । ହେଲେ ମାତ୍ର ୫ ପ୍ରତିିଶତ ପ୍ରଦୂଷଣ ପାଇଁ ଦାୟୀ । ନିଜ କର୍ତ୍ତବ୍ୟ ପାଳନରେ ଭାରତ କେବେ ବି ପଛରେ ପଡ଼ିନାହିଁ । ୨୦୩୦ ଭିତରେ ବିନା କୋଇଲାରେ ୫୦୦ ଗିଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଭାରତ ।

 

 

୨୦୩୦ ମଧ୍ୟରେ ଭାରତ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଅକ୍ଷୟ ଶକ୍ତିରୁ ପୂରଣ କରିବ । ଏହି ସମୟ ମଧ୍ୟରେ ୧ ବିଲିୟନ ଟନ୍ କାର୍ବନ ନିର୍ଗମନ କମ୍ କରିବ ଭାରତ, ଯାହା କାର୍ବନ ସ୍ତରକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିପାରିବ । ୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Related News
satta king tw