dd dd

Top Stories

Search here...

News

ଚିଟ ଫଣ୍ଡ ମାମଲାରେ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କଲା ସିବିଆଇ

Posted On - 14 hours ago

 

ଆସନ୍ତା କାଲି ଶୁଭ୍ରା କୁଣ୍ଡୁଙ୍କୁ ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ କୋର୍ଟରେ ହାଜିର କରାଯିବ ।

 

BBSR Reporters


ଆଜି ଚିଟ ଫଣ୍ଡ ଠକେଇ ମାମଲାରେ ଅଭିଯୋଗରେ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ । ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ,ବିଭିନ୍ନ ସ୍କିମରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଟଙ୍କା ଲୁଟିଥିଲା ଏହି ସଂସ୍ଥା । କେବଳ ହଲିଡେ ମେମ୍ବରସିପ ସ୍କିମ ମାଧ୍ୟମରେ ରୋଜ୍ ଭ୍ୟାଲି ଗ୍ରୁପ୍ ପ୍ରାୟ ଏକ ଲକ୍ଷ ନିବେଶକଙ୍କ ଠାରୁ ପନ୍ଦର ହଜାର କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା । ଇଡି ତରଫରୁ ଦିଆଯାଇଥିବା ସୂଚନା ମୁତାବିକ ରୋଜ ଭ୍ୟାଲି  ସ୍କାମ ଶାରଦା ସ୍କାମ ଠାରୁ ମଧ୍ୟ ବଡ ଅଟେ ।

 

ଆସନ୍ତା କାଲି  ଶୁଭ୍ରା କୁଣ୍ଡୁଙ୍କୁ ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ କୋର୍ଟରେ ହାଜିର କରାଯିବ । ସିବିଆଇ ସୂତ୍ର ଅନୁଯାୟୀ,ଗୌତମ କୁଣ୍ଡୁଙ୍କ ସହ ଶୁଭ୍ରା କୁଣ୍ଡୁ ମଧ୍ୟ କମ୍ପାନୀର ପରିଚାଳନା ବୋର୍ଡର ସଦସ୍ୟ ଥିଲେ । ସେ କମ୍ପାନୀର ପ୍ରତ୍ୟେକ ଆର୍ଥିକ କାରବାର ବିଷୟରେ ଅବଗତ ଥିଲେ ।


Edit by : ପ୍ରବୀର କୁମାର

Related News
satta king tw